ରାଜ୍ୟ

ଚିକିତ୍ସାରେ ଅବହେଳା ଯୋଗୁ ଯୁବଯନ୍ତ୍ରୀ ଭିନ୍ନକ୍ଷମ ହେବା ଘଟଣା: ୨ ଡାକ୍ତର, ଘରୋଇ ଡାକ୍ତରଖାନା ଗଣିବେ ୭୮ ଲକ୍ଷ

ସମ୍ବଲପୁର: ସରକାରୀ ଡାକ୍ତରଙ୍କୁ ଘାରିଛି ଅର୍ଥ ଲୋଭ। ଅର୍ଥ ଲୋଭରେ ଭିମ୍‌ସାରର ଜଣେ ଡାକ୍ତର ରୋଗୀଙ୍କ ପରିଜନଙ୍କୁ ପ୍ରବର୍ତ୍ତାଇ ବୁର୍ଲାରୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା ସ୍ଥାନ୍ତାନ୍ତର କରିଥିବା ବେଳେ ଚିକିତ୍ସାରେ ଅବହେଳା ଯୋଗୁ ସଂପୃକ୍ତ ରୋଗୀ ଯୁବ ସପ୍ଟଓେୟାର ଯନ୍ତ୍ରୀ ସୁମିତ ଦାଶ ଭିନ୍ନକ୍ଷମ ହୋଇଯାଇଥିଲେ। ଏହି ମାମଲାର ବିଚାର ସମୟରେ ଜିଲ୍ଲା ଖାଉଟି ବିବାଦ ସମାଧାନ ମଞ୍ଚ (ଖାଉଟି ଅଦାଲତ) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅଭିଯୋଗକାରୀ ସୁମିତ ଦାଶଙ୍କୁ ଭିମ୍‌ସାର୍‌ର ଅସ୍ଥିଶଲ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତର ସୁରଜ ଜୈନ, ସ୍ପର୍ଶ ସିଟି ହସ୍ପିଟାଲର ଡାକ୍ତର ସଂଜୟ ଭୋଇ ଏବଂ ସ୍ପର୍ଶ ସିଟି ହସ୍ପିଟାଲ ପ୍ରତ୍ୟେକକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି ୩ ପକ୍ଷଙ୍କୁ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ୪୧ ହଜାର ୧୦୧ ଟଙ୍କା ଏବଂ ଅଭଯୋଗକାରୀଙ୍କ ଆୟ ବାବଦ କ୍ଷତି ପାଇଁ ୧୬ ଲକ୍ଷ ୨୫ ହଜାର ୪୦ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। କ୍ଷତିପୂରଣ, ଚିକିତ୍ସା ଖର୍ଚ୍ଚ ଏବଂ ଆୟ ବାବଦ କ୍ଷତି ନିମନ୍ତେ ସର୍ବମୋଟ ୭୮ ଲକ୍ଷ ୬୬ ହଜାର ୧୪୧ ଟଙ୍କା ପ୍ରଦାନ କରିବାକୁ ଏମାନଙ୍କୁ ଆଦେଶ ହୋଇଛି।

ସୂଚନା ଅନୁସାରେ, ସମ୍ବଲପୁର ମୁଦିପଡ଼ାର ସୁମିତ ଦାଶ ଗତ ୮ ନଭେମ୍ବର ୨୦୧୭ ରାତି ୧୦ଟାରେ ଏକ ଜରୁରି କାମ‌ରେ ସମ୍ବଲପୁରରୁ ବୁର୍ଲା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ଡାହାଣ ଗୋଡ଼, ପାଦ ଓ ହାତର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ସୁମିତଙ୍କୁ ଚିକିତ୍ସା ପାଇଁ ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା। ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୁରଜ ଜୈନ ସେଦିନ ରାତି ୨ଟା ୩୦ରେ ସୁମିତଙ୍କ ଚିକିତ୍ସା ପାଇଁ ଆସିଥିଲେ। ସୁମିତଙ୍କ ଭାଇ ଅମିତଙ୍କୁ ଡାକ୍ତର ଜୈନ ଭିମ୍‌ସାରରେ ରଖିଲେ ୪ ଦିନ ପରେ ଅସ୍ତ୍ରୋପଚାର କରିବେ, କିନ୍ତୁ ଘରୋଇ ଡାକ୍ତରଖାନାରେ ଗୋଟିଏ ଦିନରେ ଅସ୍ତ୍ରୋପଚାର କରିଦେବେ ବୋଲି କହିଥିଲେ। ଡାକ୍ତର ଜୈନଙ୍କ ପରାମର୍ଶକ୍ରମେ ଅମିତ ତାଙ୍କ ଭାଇ ସୁମିତଙ୍କୁ ୯ ନ‌ଭେମ୍ବର ୨୦୧୭ରେ ସମ୍ବଲପୁର ସ୍ପର୍ଶ ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଜୈନଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଅସ୍ତ୍ରୋପଚାର ପରେ ସଂକ୍ରମଣ ହୋଇଥିଲା।

ତଥାପି, ତାଙ୍କ ପରାମର୍ଶ ଅନୁସାରେ, ବିଭିନ୍ନ ଡାକ୍ତର ଓ ହସ୍ପିଟାଲକୁ ଦୌଡ଼ିବାକୁ ପଡ଼ିଥିଲା। ୨୦୧୭ରୁ ୨୦୧୯ ମଧ୍ୟରେ ସୁମିତ ବିଭିନ୍ନ ଡାକ୍ତର ଏବଂ ହସ୍ପିଟାଲକୁ ଯାଇ ଖର୍ଚ୍ଚାନ୍ତ ହୋଇଥିଲେ। କେବଳ ସେତିକି ନୁହେଁ, ସୁମିତ ଓ ତାଙ୍କ ପରିବାରକୁ ଏଥିପାଇଁ ମାନସିକ ଯନ୍ତ୍ରଣା ବି ଭୋଗିବାକୁ ପଡ଼ିଥିଲା। ଇତିମଧ୍ୟରେ ସେ ଗତ ୨ ଜୁଲାଇ ୨୦୧୮ରେ ମାସିକ ୨୭,୦୮୪ ଟଙ୍କା ଦରମାରେ ଅମିତଙ୍କୁ ଇନ୍‌ଫୋସିସ୍ ପକ୍ଷରୁ ନିଯୁକ୍ତିପତ୍ର ଆସିଥିଲା। ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କ ଗୋଡ଼, ହାତ କାର୍ଯ୍ୟକ୍ଷମ ଅବସ୍ଥାରେ ନଥିବାରୁ ସେ ଆଉ ଚାକିରିରେ ଯୋଗ ଦେଇପାରିଲେ ନାହିଁ। ଚିକିତ୍ସାରେ ଅବହେଳା ଯୋଗୁ ଜଣେ ସୁନ୍ଦର ଓ ପ୍ରତିଭାବାନ ଯୁବ ସପ୍‌ଟୱେୟାର ଯନ୍ତ୍ରୀ ଭିନ୍ନକ୍ଷମ ହୋଇଗଲେ। ଏବେ ବି ତାଙ୍କୁ ଔଷଧ ସେବନ କରିବାକୁ ପଡ଼ୁଛି। ଏସବୁ ବିଚାରକୁ ନେଇ ଜିଲ୍ଲା ଖାଉଟି ବିବାଦ ନିରାକରଣ ଆୟୋଗର ସଭାପତି ରମାକାନ୍ତ ଶତପଥୀ ଏବଂ ସଦସ୍ୟ ସଦାନନ୍ଦ ତ୍ରିପାଠୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ଏହି ୩ ପକ୍ଷଙ୍କୁ କ୍ଷତିପୂରଣ, ଚିକିତ୍ସା ଖର୍ଚ୍ଚ ଏବଂ ଆୟ ବାବଦ କ୍ଷତି ନିମନ୍ତେ ସର୍ବମୋଟ ୭୮ ଲକ୍ଷ ୬୬ ହଜାର ୧୪୧ ଟଙ୍କା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। କ୍ଷତିପୂରଣ ଅର୍ଥରାଶି ଏକ ମାସ ମଧ୍ୟରେ ପ୍ରଦାନ କରାନଗଲେ ବାର୍ଷିକ ୧୨ ପ୍ରତିଶତ ହାରରେ ସୁଧ ଦେବାକୁ ଆଦେଶ ହୋଇଛି। ଅଭିଯୋଗକାରୀ ସୁମିତ ଦାଶ ଏବଂ ତାଙ୍କ ପିତା ଅରବିନ୍ଦ ଦାଶଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରେମ ପ୍ରକାଶ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀମାନେ ମାମଲା ପରିଚାଳନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।