ରାଜ୍ୟ

ଚିଆଁବେଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଯାତ୍ରିବାହୀ ବସ୍‌ ଓଲଟି ୮ ଆହତ

କରଞ୍ଜିଆ ୧୭/୧୧: ଘରୋଇ ଯାତ୍ରୀବାହୀବସ ଦୁର୍ଘଟଣା ୮ ଆହତ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମହୁଲଡିହା ଥାନା ଅନ୍ତର୍ଗତ ୫୩ନମ୍ବର ରାଜ୍ୟ ରାଜପଥର ଚିଆଁବେଡା ନିକଟରେ ।

ଗୁରୁବାର ଭୋର ସମୟରେ ସାଗର ଏଣ୍ଡ ସାଗର ନାମକ ଘରୋଇ ଯାତ୍ରିବାହୀ ବସ୍‌ଟି ଭୁବନେଶ୍ୱରରୁ ଝାଡଖଣ୍ଡ କୁମାର ଡୁଙ୍ଗିକୁ ଯାଉଥିଲା । ୩୦ ଜଣ ଯାତ୍ରୀକୁ ନେଇ ଯାଉଥିବା ବେଳେ ମହୁଲଡିହା ଥାନା ଅନ୍ତର୍ଗତ ବାଗଦଫା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା କଡରେ ଓଲଟି ପଡିଥିଲା ।

ଫଳରେ ବସ୍‌ ଯାତ୍ରୀମାନଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ମହୁଲଡିହା ଥାନା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ପଠାଇ ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।