ଅପରାଧ ଦେଶ ବିଦେଶ

ଚାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ନେଇ ସୁପ୍ରିମକୋର୍ଟ ଅର୍ଡରକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ଚାୱଲା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ସୁପ୍ରିମକୋର୍ଟ। ଏବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର। ଏହି ମାମଲାରେ ଏକ ରି-ଭିୟୁ ପିଟିସନ ଦାଖଲ କରିବାକୁ ଆମ ଆଦ୍‌ମୀ ପାର୍ଟି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେସନାଙ୍କ ଅନୁମତି ମାଗିଥିଲା। ଆଜି ଉପରାଜ୍ୟପାଳ ଆପ୍‌ର ଏହି ଅନୁରୋଧକୁ ଅନୁମତି ଦେଇଛନ୍ତି।

ଉପରାଜ୍ୟପାଳ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। କୋର୍ଟଙ୍କ ବିଚାରରେ ଭାଙ୍ଗିପଡ଼ିଥିବା ପୀଡ଼ିତାଙ୍କ ପରିବାର ରାଜ୍ୟପାଳଙ୍କ ପାଖରେ ଦୁଃଖ ଜଣାଇଥିଲେ। ଏଥିସହିତ ସୁରକ୍ଷା ପାଇଁ ମଧ୍ୟ ଦାବି କରିଥିଲେ। ଏସବୁ ଜାଣିବା ପରେ ଆଜି ସକାଳେ ଆପ୍‌ର ରିଭିୟୁ ପିଟିସନ ଦାଖଲ ଆବେଦନକୁ ଅନୁମତି ଦେଇଛନ୍ତି ଉପରାଜ୍ୟପାଳ।

ଏହି ମାମଲାରେ ସରକାରୀ ଓକିଲ ତୁଷାର ମେହେଟ୍ଟା ଓ ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭଟ୍ଟି ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାମଲା ଲଢିବେ। ନିର୍ଭୟା କେସ୍‌ ପୂର୍ବରୁ ୨୦୧୨ ଫେବ୍ରୁଆରୀରେ ୩ ଅଭିଯୁକ୍ତ ଦିଲ୍ଲୀ ଚାୱଲା ଏରିଆରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ ସହ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ୩ ଦିନ ପରେ ଯୁବତୀଙ୍କ କ୍ଷତବିକ୍ଷତ ମୃତଶରୀର ହରିୟାଣର ଏକ ଜମିରୁ ଉଦ୍ଧାର କରାଯାଇଥିଲା।

ଏହି ମାମଲାରେ ବିଚାର କରି ୨୦୧୪ ଫେବ୍ରୁଆରୀରେ ଦିଲ୍ଲୀ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡ ଦେଇଥିଲେ। ସେହି ବର୍ଷ ଅଗଷ୍ଟ ୨୬ ତାରିଖରେ ମୃତ୍ୟୁ ଦଣ୍ଡ ଉପରେ ମୋହର ଲାଗିଥିଲା।

ଏହାପରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେମାନଙ୍କର ଅପରାଧକୁ କମ କରିବାକୁ କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତ। ଏହି ମମଲାର ବିଚାର କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁ ୟୁ ଲଳିତ, ଜଷ୍ଟିସ ଏସ୍ ରବିନ୍ଦ୍ର ଭଟ ଏବଂ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ନଭେମ୍ବର ୭ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ।

ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଠୋସ୍ ପ୍ରମାଣ ଦେବାରେ ବିଫଳ ହୋଇଥିବାରୁ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏହି ନିର୍ଦ୍ଦେଶରେ ଭାଙ୍ଗିପଡିଥିଲେ ପୀଡ଼ିତାଙ୍କ ପରିବାର। ପ୍ରତିକ୍ରିୟା ଦେଇ ଝିଅର ବାପା କହିଥିଲେ “ଆମେ ଆମର ନ୍ୟାୟଗତ ଲଢ଼େଇ ଜାରି ରଖିବୁ।”

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ