ନୂଆଦିଲ୍ଲୀ ୧୯/୦୪: ସେଲିବ୍ରେଟିଙ୍କ ସାଇଡ୍ ବିଜ୍ନେସ୍। କୋଟି କୋଟି ଟଙ୍କା ରୋଜଗାର କରନ୍ତି ସେଲିବ୍ରେଟି ମାନେ। ଫିଲ୍ମରୁ ଭଲ ରୋଜଗାର ହୁଏ।ତତାପି ରହିଛି ସାଇଡ୍ ବିଜ୍ନେସ୍। ଅନେକ କଳାକାରଙ୍କର ହୋଟେଲ୍ ଥିବା ବଳେ କିଛି ସେଲିବ୍ରେଡି ଡ୍ରେସ୍ ଏବଂ କସମେଟିକ୍ ବ୍ରାଣ୍ଡ ଚଳାନ୍ତି। କିନ୍ତୁ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଅଭିନୟ ସହ ଚାଷ କରିବାକୁ ପସନ୍ଦ କରନ୍ତି। କିଏ ଘରେ ତ କିଏ ପାର୍ମ ହାଉସରେ କରନ୍ତି କ୍ଷେତ। ଆଜି ସେମିତି ଚାଷକୁ ଭଲ ପାଉଥିବା ୧୦ ସେଲିବ୍ରେଟିଙ୍କ ବିଷୟରେ ଜାଣିବା।
୧-ଅଭିନେତା ଆର ମାଧବନ୍ ନିକଟରେ ଏକ ଜମି କିଣି ଏହାକୁ ନଡ଼ିଆ ଫାର୍ମରେ ପରିଣତ କରିଛନ୍ତି । କୃଷିର ଆଧୁନିକ, ଜୈବିକ ଏବଂ ପ୍ରାଚୀନ ସ୍ବଦେଶୀ ପ୍ରଣାଳୀ ବ୍ୟବହାର କରି ସେ ଏହି ଫାର୍ମରେ ଗଛ ଲଗାଇଛନ୍ତି। ନିଜେ ସେ ଫାର୍ମରେ ନଡିଆ ଗଛ ସବୁ ଲଗାଇଛନ୍ତି।
୨-ନୱାଜୁଦ୍ଦିନ ସିଦ୍ଦିକି ମଧ୍ୟ କ୍ଷେତରେ କାମ କରନ୍ତି। ବଲିଉଡ୍ରେ ପାଦ ଦେବା ପୂର୍ବରୁ ସେ ଜଣେ କୃଷକ ଥିଲେ। ବିଲରେ କାମ କରୁଥିଲେ। ବଲିଉଡରେ ସଫଳତା ପାଇବା ପରେ ମଧ୍ୟ ସେ ସମୟ ମିଳିଲେ ବିଲରେ ଯାଇ କାମ କରନ୍ତି। ଜୀବନର ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ସେ ଚାଷ କାର୍ଯ୍ୟ କରିଛନ୍ତି। ତେଣୁ ସେ ଆଗକୁ ମଧ୍ୟ ଏହି କାମ ଜାରି ରଖିବେ ବୋଲି କହିଛନ୍ତି। ଉତ୍ତରପ୍ରଦେଶରେ ଥିବା ତାଙ୍କ ଚାଷ ଜମିରେ ସେ ଚାଷ କାମ କରୁଛନ୍ତି। ପ୍ରାୟ ସମୟ ସେ ସୋସିଆଲ ମିଡିଆରେ ତାଙ୍କ କ୍ଷେତରେ କାମ କରୁଥିବାର ଭିଡିଓ ଶେୟାର କରନ୍ତି।
୩-ଅଭିନେତା ଧର୍ମେନ୍ଦ୍ର ମଧ୍ୟ ଚାଷ କାମ କରିବାକୁ ଖୁବ୍ ପସନ୍ଦ କରନ୍ତି। ପଶୁମାନଙ୍କୁ ଖାଇବାକୁ ଦେବା ଠାରୁ ଆରମ୍ଭ କରି ଟମାଟୋ ଏବଂ ବ୍ରୋକୋଲି ଚାଷ କରନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ର ଟ୍ବିଟରରେ ଏବଂ ଇନଷ୍ଟାଗ୍ରାମରେ ଚାଷ କରିବା ସମୟର ଫଟୋ ସୟାର କରନ୍ତି। ଲକ୍ଡାଉନ୍ରେ ସେ ଚାଷ କରି ସମୟ ଅତିବାହିତ କରୁଥିଲେ।
୪-ଅଭିନେତା ପ୍ରକାଶ ରାଜ୍ ଙ୍କୁ ବୃକ୍ଷ ରୋପଣ କରିବାକୁ ଭଲ ଲାଗେ। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ସେ କିଛି ଏକର ଜମି କିଣିଥିଲେ। ବିଗତ କିଛି ବର୍ଷ ହେବ ସେ ସେଠାରେ ପନିପରିବା ଚାଷ କରୁଛନ୍ତି | ସେ କୁହନ୍ତି, ଚାଷ କରିବାକୁ ଏବଂ ଗଛ ଲଗାଇଲେ ତାକୁ ଶାନ୍ତି ଲାଗେ।
୫-ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଚାଷ କରିବାକୁ ଭଲ ପାଆନ୍ତି। ଶୁଟିଂରୁ ଟିକେ ସମୟ ମିଳିଲେ ଏବଂ ସେ ଘରେ ଥିବା ସମୟରେ ସେ ଗଛ ଲଗାନ୍ତି । ତାଙ୍କୁ ଦେଶୀ ପରିବା ଖାଇବାକୁ ପସନ୍ଦ। ତେଣୁ ସେ ତାଙ୍କ ବାଡିରେ ପରିବା ଗଛ ଲଗାନ୍ତି।
୬- ଜ୍ୟାକି ଶ୍ରଫ୍ ମୁମ୍ବାଇ ଏବଂ ପୁଣେ ରେ ତିବା ତାଙ୍କ ଘର ଛାତ ଉପରେ ପନି ପରିବା ଗଛ ଲଗାନ୍ତି। ୪୪, ୦୦୦ ବର୍ଗଫୁଟର ଥିବା ତାଙ୍କ ଫାର୍ମହାଉସରେ ମଧ୍ୟ ସେ ଟେରିସ୍ ଗାର୍ଡେନ୍ କରିଛନ୍ତି। ଫୁଲ ଗଛ ସହ ସେ ସେଠାରେ ପନିପରିବା ଗଛ ଲଗାନ୍ତି।
୭- ଅଭିନେତ୍ରୀ ଜୁହି ଚାୱଲା ଚାଷ କାର୍ଯ୍ୟକୁ ଉପଭୋଗ କରନ୍ତି। ଲକ୍ଡାଉନ୍ ସମୟରେ ସେ ଘରେ ଗଛ ଲଗାଉଥିବାର ଫଟୋ ସେୟାର କରିଥିଲେ। ଏବେ ବି ସେ ଟେରସ୍ ଗାର୍ଡେନିଂ କରନ୍ତି।
୮-ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଟେରସ୍ ଗାର୍ଡେନ୍ କରିଚନ୍ତି। ସେ ତାଙ୍କ ଛାତ ଉପରେ ବାଇଗଣ ଏବଂ ଟମାଟୋ ଗଛ ଲଗାଇଛନ୍ତି।
୯- ପ୍ରତି ଜିଣ୍ଟା ଅରଗାନିକ୍ ପାର୍ମିଂ କରନ୍ତି। ସେ ତାଙ୍କ ବଗିଚାରେ କ୍ୟାପ୍ସିକନ୍ ଏବଂ ଟମାଟୋ ଲଗାଇଛନ୍ତି।
୧୦- ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ତାଙ୍କ ଫାର୍ମ ହାଉସ୍ରେ ଧାନ ଗଛ ଲଗାଉଥିବାର ଦେଖାଯାଏ। ଅବସର ସମୟରେ ସେ ପାର୍ମ ହାଉସିରେ ଚାଷ କାର୍ଯ୍ୟ କରି ସମୟ ବିତାନ୍ତି।

