ଅପରାଧ ରାଜ୍ୟ

ଚାଷ ଉଜୁଡ଼ିବା ଚିନ୍ତାରେ ଚାଷୀ, ବିଲଡର୍‌ଙ୍କ ହାତରେ ମରିଯିବ ଧନୁଆ

ବାଲିଅନ୍ତା: ଦିନକୁ ଦିନ ଧନୁଆ ନଈକୁ କବ୍‌ଜା କରିଚାଲିଛନ୍ତି ବିଲ୍‌ଡର। ଧନୁଆ ପଠା ସମେତ ଏଥିରେ ମିଶିଥିବା ବହୁ ଛୋଟ ଛୋଟ ନାଳ, ଜୋର ଓ ଦଣ୍ଡାକୁ ବି କବ୍‌ଜା କରିସାରିଲେଣି ବିଲ୍‌ଡରମାନେ। ଫଳରେ ବାଲିଅନ୍ତା ତହସିଲ ଅଧୀନ ବ୍ୟାପକ ଅଞ୍ଚଳରେ ଏବେ ଚାଷ ଉଜୁଡ଼ିବା ଚିନ୍ତାରେ ଚାଷୀମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। ଏବେଠୁ ବିଲ୍‌ଡରଙ୍କ ଉପରେ ଅଙ୍କୁଶ ନଲାଗିଲେ, ଦିନେ ଧନୁଆ ନଈର ମୃତ୍ୟୁ ହେବା ଓ ଏଥିଯୋଗୁଁ ବ୍ୟାପକ ଧାନ ଜମି ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ ବାଲିଅନ୍ତା ତହସିଲ ଅଧୀନ ବାଲିଗୁଣ୍ଡି ମୌଜା, ବ୍ରାହ୍ମଣସୁଆଁଲୋ ଓ ପୂରଣଶାସନ ‌ମୌଜାରେ ଏବେ ବିଲ୍‌ଡରମାନେ ଆତଙ୍କରାଜ୍ ଚଳାଇଛନ୍ତି। ଉକ୍ତ ମୌଜାଗୁଡ଼ିକରେ ହେକ୍ଟର ହେକ୍ଟର ଚାଷଜମିକୁ କିଣି ନେବା ପରେ ଏବେ ସେଥିରେ ପ୍ଲଟିଂ ସ୍କିମ୍‌ ଚଳାଇଛନ୍ତି। ତହସିଲ କର୍ତ୍ତୃପକ୍ଷ ଚାଷଜମିର କିସମ ପରିବର୍ତ୍ତନ କରିଥିବାରୁ ବ୍ୟାପକ ଅଞ୍ଚଳରେ ପ୍ଲଟିଂ ସ୍କିମ୍‌ ଚାଲିଛି। ସ୍ଥାନୀୟ ଜମି ଦଲାଲମାନଙ୍କୁ ହାତରେ ରଖି ବିଲ୍‌ଡରମାନେ ପ୍ଲଟିଂ ସ୍କିମ୍‌ ସଂଲଗ୍ନ ଅଞ୍ଚଳରେ ଥିବା ସରକାରୀ ଜମି, ଦଣ୍ଡା, ଗୋଚର, ନଦୀପଠା ଓ ପ୍ରାକୃତିକ ଜଳାଶୟ ଆଦିକୁ ନିଜ କବ୍‌ଜାକୁ ନେଇଗଲେଣି।

ଏମିତିକି ଖୋଦ୍‌ ଧନୁଆ ନଈର ବ୍ୟାପକ ଅଂଶ ବି ପୋତି ସାରିଲେଣି। ଫଳରେ ବର୍ତ୍ତମାନ ଗହୀରରୁ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି। ଜମିକୁ ଲାଗି ରହିଥିବା ନାଳ ଓ କାଡ଼ା ନାଳି ଜବରଦଖଲ ହେବା ଦ୍ବାରା ଗହୀରରୁ ଉଦ୍‌ବୃତ୍ତ ବର୍ଷା ଓ ବନ୍ୟାଜଳ ନିଷ୍କାସନ ହୋଇପାରୁନାହିଁ। ଧାନ ଜମି ବୁଡ଼ି ରହିବା ଦ୍ବାରା ଫସଲ ନଷ୍ଟ ହେଉଛି। ଏନେଇ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏଣେ ଜିଲ୍ଲା ଓ ତହସିଲ ପ୍ରଶାସନ ନିକଟରେ ଏନେଇ ବହୁ ଅଭିଯୋଗ ହୋଇଥିଲେ ବି ସବୁ ଚାପି ହୋଇଯାଉଛି। ତେଣୁ ଚାଷ ଓ ଚାଷୀମାନଙ୍କୁ ବଞ୍ଚାଇବାକୁ ତହସିଲ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଜବରଦଖଲ ଉଚ୍ଛେଦ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।