ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଚାଳକଙ୍କୁ ବଡ ଆଶ୍ଵସ୍ତି: ପୁଣି ଥରେ ଗାଡି କାଗଜପତ୍ରର ବୈଧତା ୩ ମାସ ବଢିଲା

ଭୁବନେଶ୍ଵର ୨୭।୧୨: ପୁଣି ଥରେ ଗାଡି କାଗଜପତ୍ରର ବୈଧତା ତିନି ମାସ ବଢିଛି। ଏ ନେଇ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ, ପରମିଟ୍, ଫିଟନେସ୍ ଅବଧି ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢା ଯାଇଛି। ୨୦୨୦ ଫେବୃଆରୀଠାରୁ ଯେଉଁ ଗାଡି କାଗଜପତ୍ରର ଅବଧି ସରି ଯାଇଛି ତାର ବୈଧତା ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ। ଏପରିରିକି ଯାହାଙ୍କ ବୈଧତା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି ତାହା ମଧ୍ୟ ବୈଧ୍ୟ ରହିବ।

କେନ୍ଦ୍ର ସରକାର କରୋନା ସଙ୍କଟ ମଧ୍ୟରେ ସାଧାରଣ ଲୋକଙ୍କୁ ବଡ ଆଶ୍ଵସ୍ତି ଦେଇ ମୋଟର ଯାନ ସଂପର୍କିତ ଫିଟନେସ୍, ପଞ୍ଜିକରଣ, ପରମିଟ୍, ପ୍ରଦୂଷଣ ସାର୍ଟିଫିକେଟ୍ ପରି କାଗଜପତ୍ରର ବୈଧତା ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଲୋକଙ୍କୁ ନିଜ ଗାଡି କାଗଜପତ୍ରର ନବୀକରଣ କରିବା ପାଇଁ ବହୁତ ସମୟ ମିଳି ଯାଇଛି। ଯାହାଙ୍କ ବୈଧତା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି ତାହା ମଧ୍ୟ ବୈଧ୍ୟ ରହିବ।

କେନ୍ଦ୍ର ସରକାର ସଂକ୍ରମଣକୁ ରୋକିବା ପାଇଁ କୌଣସି ଗୋଟିଏ ଜାଗାରେ, କାର୍ଯ୍ୟାଳୟରେ ଭିଡ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମାହାମାରୀ ଯୋଗୁଁ ଲୋକେ ନିଜର କାଗଜପତ୍ର ନବୀକରଣ କରାଇବା ପାଇଁ ପରିବହନ କାର୍ଯ୍ୟାଳୟ ମଧ୍ୟ ଯାଇପାରୁନଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନବୀକରଣ ସମୟସୀମା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଲକ୍‌ଡାଉନ୍‌ ମଧ୍ୟରେ ବୈଧତା ସରିଥିବା ଗାଡିର ଡ୍ରାଇଭିଂ ଲାଇସେନ୍ସ, ଆରସି, ଫିଟନେସ୍‌ ସାର୍ଟିଫିକେଟ୍, ପରମିଟ୍ ଓ ଅନ୍ୟ କାଗଜପତ୍ରର ବୈଧତା ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ମଧ୍ୟ ୨୦୨୦ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ହେଲେ ଜୁନ ୩୦ ବେଳକୁ ସ୍ଥିତିରେ କୌଣସି ସୁଧାର ନଆସିବାରୁ ସରକାର ପୁଣି ଥରେ ଅବଧି ବଢାଇବାକୁ ନିଷ୍ପତ୍ତି ହୋଇଥିଲେ। ଏବେ ସରକାର ଚତୁର୍ଥ ଥର ଏହି ସମୟ ସୀମାକୁ ବଢାଇ ୨୦୨୦ ଡିସେମ୍ବର ୩୧ କରିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ