ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଚାଲିବାର ଶୈଳୀ କହିଥାଏ ଆପଣଙ୍କ ସ୍ୱଭାବ, ଜାଣନ୍ତୁ କିପରି ?

ଭୁବନେଶ୍ୱର ୧୭/୦୩: ଯେପରି ମୁହଁ ଏବଂ ଶରୀରରେ ଥିବା କଳାଜାଇ କାହାର ସ୍ୱଭାବ ବିଷୟରେ କହିଥାଏ ଠିକ୍ ସେହିଭଳି, ଚାଲିବା ଶୈଳୀ ମଧ୍ୟ ସେହି ବ୍ୟକ୍ତି ବିଷୟରେ ଅନେକ କିଛି କହିଥାଏ । କେହି କେହି ଧିରେ ଚାଲିବାକୁ ପସନ୍ଦ କରୁଥିବା ବେଳେ ଆଉ କେହି ଦ୍ରୁତ ଗତିରେ ଚାଲିବାକୁ ପସନ୍ଦ କରିଥାନ୍ତି । ସମୂଦ୍ରଶାସ୍ତ୍ର ଅନୁଯାୟୀ, ଏହା ପଛରେ ଥିବା କାରଣ ସେମାନଙ୍କର ରାଶି ଉପରେ ପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ ଜାଣିବା ଝିଅ ମାନଙ୍କର ଚାଲିବା ଶୈଳୀରୁ ସେମାନଙ୍କର ପ୍ରକୃତି ଏବଂ ଭବିଷ୍ୟତ…

ଧୀର ଏବଂ ଆରାମରେ ଚାଲୁଥିବା ଝିଅ :

ଧୀରେ ଧୀରେ ଏବଂ ଆରାମରେ ଚାଲୁଥିବା ଝିଅମାନଙ୍କ ଉପରେ ଶନିଙ୍କର ପ୍ରଭାବ ପଡିଥାଏ । ଏହି ଝିଅମାନେ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ବୁଝି ବିଚାରି ନିଷ୍ପତ୍ତି ନେଇଥାନ୍ତି । ସ୍ୱଭାବରେ ଏହିମାନେ ଶାନ୍ତ ଏବଂ ସରଳ ହେବା ସହିତ ପ୍ରତ୍ୟେକ କାର୍ଯ୍ୟକୁ ଯତ୍ନର ସହିତ କରିବାକୁ ପସନ୍ଦ କରିଥାନ୍ତି । ଏହି ଝିଅମାନେ ଶାନ୍ତି ଏବଂ ସ୍ଥିର ମନ ସହିତ ପ୍ରତ୍ୟେକ ସମସ୍ୟାର ସମାଧାନ କରିଥାନ୍ତି ।

ଦ୍ରୁତ ଗତିରେ ଚାଲୁଥିବା ଝିଅ :

ଦ୍ରୁତ ଗତିରେ ଚାଲୁଥିବା ଝିଅମାନଙ୍କ ଉପରେ ମଙ୍ଗଳ ଗ୍ରହର ପ୍ରଭାବ ପଡିଥାଏ । ଏହି ଝିଅମାନେ ବହୁତ ଶକ୍ତିଶାଳୀ ଏବଂ କାମ କରିବାକୁ ତତ୍ପର । ଏହି ଝିଅମାନେ ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବାକୁ ଚାହିଁଥାନ୍ତି । ଏମାନେ ଆତ୍ମବିଶ୍ୱାସୀ ଏବଂ ସାହସୀ ଅଟନ୍ତି ।

ଛୋଟ ଛୋଟ ଷ୍ଟେପରେ ଚାଲୁଥିବା ଝିଅ :

ଛୋଟ ଛୋଟ ଷ୍ଟେପ୍ ନେଇ ଚାଲୁଥିବା ଝିଅଙ୍କ ଉପରେ ବୁଧର ପ୍ରଭାବ ପଡିଥାଏ । ବୁଧ ଶାନ୍ତି ଗ୍ରହ ହୋଇଥିବାରୁ ଏହି ଝିଅମାନେ ମଧ୍ୟ ସ୍ୱଭାବରେ ଶାନ୍ତ ଏବଂ ଆରାମରେ ଜୀବନ ବିତାଇବାକୁ ପସନ୍ଦ କରଥାନ୍ତି । ଏମାନେ ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଇମ୍ପ୍ରେସନ୍ କରିଦେଇଥାନ୍ତି ଏବଂ ତାଙ୍କର ସାଙ୍ଗମାନଙ୍କ ତାଲିକା ବହୁତ ଲମ୍ବା ହୋଇଥାଏ । ଏହି ଝିଅମାନେ ସେମାନଙ୍କ ଜୀବନରେ କୌଣସି ପ୍ରତିବନ୍ଧକ ବିନା ବଞ୍ଚିବାକୁ ପସନ୍ଦ କରିଥାନ୍ତି ।

ପାଦ ଘୋସାଡି ଚାଲୁଥିବା ଝିଅ :

ଯେଉଁ ଝିଅ ପାଦ ଘୋସାଡି ଚାଲିଥାନ୍ତି ସେମାନଙ୍କ ଉପରେ ରାହୁ ଏବଂ ଶନିଙ୍କ ପ୍ରଭାବ ପଡିଥାଏ । ଏହି ଛିଅମାନଙ୍କୁ ଭଲ ବିବେଚନା କରାଯାଏ ନାହିଁ । ଏହିପରି ଝିଅମାନେ ଜୀବନରେ ବହୁତ ଦ୍ୱନ୍ଦ୍ୱ ଏବଂ ଦୁଖଃରେ ରହିଥାନ୍ତି । ଛୋଟ ଛୋଟ କଥାକୁ ଗଭୀର ଭାବରେ ଚିନ୍ତା କରି ନିଷ୍ପତ୍ତି ନେଇଥାନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ