ଖେଳ ଦେଶ ବିଦେଶ

ଚାଲିଥିଲା ମ୍ୟାଚ୍, ମଲିକଙ୍କୁ ଦେଖି ଷ୍ଟାଡିୟମରେ ପ୍ରଶଂସକ କରିଥିଲେ ହୋହଲ୍ଲା: ଭିଡିଓ ସେୟାର କରି ସାନିଆ ଲେଖିଲେ ଏମିତି

ନୂଆଦିଲ୍ଲୀ ୨୬/୧୦: ଭାରତ ପାକିସ୍ତାନ ଟି-20 ମ୍ୟାଚ୍ ଫଳାଫଳକୁ ନେଇ ଭାରତୀୟ ପ୍ରଶଂସକମାନେ ନିରାଶ ହୋଇଥାଇପାରନ୍ତି । କିନ୍ତୁ ଏହି ମ୍ୟାଚକୁ ଲାଗି ଅନେକ ଭିଡିଓ ଭାଇରାଲ ହୋଇ ପ୍ରଶଂସକମାନଙ୍କୁ ଖୁସି ହେବାର ସୁଯୋଗ ଦେଇଛି । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଷ୍ଟାଡିୟମରେ ପହଞ୍ଚିଥିବା କିଛି ପ୍ରଶଂସକ ଶୋଏବ ମଲିକଙ୍କୁ ‘ଜିଜା ଜୀ ଜିଜା ଜି’ ବୋଲି କହୁଛନ୍ତି ।

ଇନଷ୍ଟାରେ ଏହି ମଜାଦାର ଭିଡିଓକୁ ସେୟାର କରିଛନ୍ତି ଶୋଏବଙ୍କ ପତ୍ନୀ ତଥା ସାନିଆ ମିର୍ଜା । ସାନିଆ ମିର୍ଜା ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ପ୍ରଶଂସକ କହିଛନ୍ତି ଯେ ଶୋଏବ ମଲିକ ୧୯୯୯ ମସିହାରୁ ପାକିସ୍ତାନ ପାଇଁ ଖେଳି ଆସୁଛନ୍ତି । ସାନିଆ ଏବଂ ଶୋଏବଙ୍କୁ ଦେଖି ସେମାନଙ୍କ ବୟସ ବଢୁଥିବା ପରି ମନେ ହେଉନାହିଁ ।ସେ ଯେପରି ଭାବେ ସୀମାରେ ଫିଲ୍ଡିଂ କରିଛନ୍ତି, ତାହା ଦେଖିବା ଆଶ୍ଚର୍ଯ୍ୟଜନକ ଥିଲା । ସୂଚନା ଥାଉକି, ଶୋଏବ ମଲିକ ୧୯୯୯ ମସିହାରେ ୧୭ ବର୍ଷ ବୟସରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ । ଆସନ୍ତୁ ଆପଣଙ୍କୁ କହିବା ଯେ ଶୋଏବ ମଲିକଙ୍କ ସହ ଏହା ପ୍ରଥମ ଘଟଣା ନୁହେଁ ।

ଏସିଆ କପ୍ ୨୦୧୮ରେ ମଧ୍ୟ ଯେତେବେଳେ ଶୋଏବ ମଲିକ୍ ସୀମା ରେଖା ନିକଟରେ ଫିଲ୍ଡିଂ କରୁଥିଲେ, ଭାରତୀୟ ପ୍ରଶଂସକମାନେ ଶୋଏବଙ୍କୁ ଡାକିଥିଲେ । ପ୍ରଶଂସକମାନେ ପାଟି କରି କହିଥିଲେ-ଜିଜାଜ୍ଜୀ… । ଏହାକୁ ଦେଖି ଶୋଏବ ମଲିକ ମଧ୍ୟ ହସିଥିଲେ । ପ୍ରଶଂସକଙ୍କୁ ଦେଖିବା ପରେ ହାତ ବି ହଲାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ