ଅପରାଧ ରାଜ୍ୟ

ଚାଲାଣ ବେଳେ କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଉମରକୋଟ ୨।୭: ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗକୁ ମିଳିଛି ବଡ଼ ସଫଳତା । କଲରା ପତରିଆ ବାଘ ଛାଲ ଚାଲାଣ ହେଉଥିବା ସମୟରେ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ ଟିମ୍ । ଚାଲାଣକାରୀଙ୍କ ଠାରୁ ଏକ କଲରା ପତରିଆ ବାଘର ଚମଡା ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଗ୍ରାମର ଅନନ୍ତ ପନକା ନାମକ ଜଣେ ବ୍ୟକ୍ତି ରାଇଘର ବ୍ଲକ୍ ଅନ୍ତର୍ଗତ କିରା ପାଣି ଗ୍ରାମର ବନ ସାନ୍ତାଙ୍କ ନିକଟରୁ ଏକ କଲରା ପତରିଆ ବାଘ ଛାଲ ନେଇଥିଲେ । ନବରଙ୍ଗପୁର ତାରାଗାଁର ଜଗନ୍ନାଥ ହରିଜନ ନାମକ ଜଣେ ବ୍ୟବସାୟୀଙ୍କ ନିକଟକୁ ନେଇ ଯାଉଥିଲେ । ଏହି ସମୟରେ ଉମରକୋଟ ନିକଟସ୍ଥ ସେମଲା ଗ୍ରାମ ନିକଟରେ ଉମରକୋଟ ବନ ବିଭାଗ ସହ ଡ଼ାବୁଗାଁ ବନ ବିଭାଗ ଓ ରାଇଘର ବନ ବିଭାଗର ଟିମ୍ ମିଳିତ ଭାବରେ ଚଢ଼ାଉ କରିଥିଲା ।

ଏହି ଚଢାଉରେ ମୋଟ୍ ୩୫ ଜଣ ସଦସ୍ୟ ରହିଥିଲେ । ଏ ନେଇ ଉମରକୋଟ ବନ ବିଭାଗ ଦ୍ବାରା କେସ୍ ନମ୍ବର ୫୭/୨୨-୨୩ରେ ଏକ ମାମଲା ରୁଜ୍ଜୁ କରାଯାଇଛି । ବନ୍ୟଜନ୍ତୁ ଆକ୍ଟ ୧୯୭୨ର ଧାରା ୨,୯,୩୯,୪୦,୪୮ ଓ ପେନାଲ ୫୧ ଲଗାଯାଇଛି। ଏହି ବାଘ ଛାଲ ଚାଲାଣରେ ଅନ୍ୟ କେଉଁମାନେ ସଂପୃକ୍ତ ରହିଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।