ଦେଶ ବିଦେଶ ଧର୍ମ

‘ଚାର୍‌ଧାମ୍’ ସଡ଼କ ପ୍ରଶସ୍ତିକରଣ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାର ଧାମ ପାଇଁ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତିରେ କେନ୍ଦ୍ରର ସେପ୍ଟେମ୍ବର୮, ୨୦୨୦ରେ ଦିଆଯାଇଥିବା ଆଦେଶର ସଂଶୋଧନ ଦାବି ଆବେଦନ କରିଥିଲା କେନ୍ଦ୍ର। ଆଜି ଏହି ଆବେଦନ ଉପରେ ଶୁଣାଣି କରି ଚାରି ଧାମ ପାଇଁ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା ଯେ ପୂର୍ବ ଆଦେଶରେ ପରିବର୍ତ୍ତନ ଆଣିବା ଏବଂ ଋଷିକେଶରୁ ମନା, ଋଷିକେଶରୁ ଗଙ୍ଗୋତ୍ରି ଏବଂ ତାନକପୁରରୁ ପିଥୋରାଗଡ ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଦୁଇ ଲେନ ବିଶିଷ୍ଟ କରିବା ପାଇଁ ଅନୁମତି ଦିଆଯାଉ। ଏହି ରାସ୍ତା ନିର୍ମାଣ ହେବା ଦ୍ବାରା ଭାରତୀୟ ସେନା ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ସହିତ ସୀମାରେ ପହଞ୍ଚିବା ସହଜ ହେବ ଏବଂ ପାର୍ବତ୍ୟ ଅଞ୍ଚଳକୁ ସଂଯୋଗ ବୃଦ୍ଧି ପାଇବ।

ସୂଚନା ମୁତାବକଳ, ପୂର୍ବରୁ ରାସ୍ତାକୁ ସମୁଦାୟ ୫ ମିଟର୍‌ ପ୍ରଶସ୍ତ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ହେଲେ ଦେଶର ସୁରକ୍ଷାକୁ ନଜର‌ରେ ରଖି ଆଜି ସୁପ୍ରିମକୋର୍ଟ ଚାର ଧାମ ପାଇଁ ସ୍ଥାୟୀ ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଷ୍ଟ୍ରାଟେଜିକ୍ ୯୦୦କିଲୋମିଟର ଚାର୍ ଧାମ ପ୍ରକଳ୍ପ ପାଇଁ ୧୨,୦୦୦କୋଟି ଖର୍ଚ୍ଚ ହେଉଥିବା ବେଳେ ଏହା ଉତ୍ତରାଖଣ୍ଡର ଚାରୋଟି ପବିତ୍ର ସହରକୁ ଯମୁନୋତ୍ରି, ଗଙ୍ଗୋତ୍ରି, କେଦାରନାଥ ଏବଂ ବଦ୍ରିନାଥକୁ ସବୁ-ପାଣିପାଗରେ ସଂଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖିଛି।

ଉଲ୍ଲେଖଯୋଗ୍ୟ, ବନ୍ୟଜନ୍ତୁ ସମୃଦ୍ଧ ସମ୍ପୃକ୍ତ ଅଞ୍ଚଳରେ ଗଛ କଟାଯାଇ ରାସ୍ତା ପ୍ରଶସ୍ତ କରାଯାଉଥିବାରୁ ଭୂସ୍ଖଳନ ଓ ପ୍ରାକୃତିକ ସୁଷମା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଲାଭରହିତ ସଙ୍ଗଠନ ‘ସିଟିଜେନ୍‌ ଫର୍‌ ଗ୍ରିନ୍‌ ଡୁନ୍‌’ ପିଟିସନ୍‌ରେ ଦର୍ଶାଇଥିଲା। ସଙ୍ଗଠନ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ କଲିନ୍‌ ଗନ୍‌ସାଲ୍‌ଭିସ୍‌ କହିଥିଲେ, ଚଳିତ ବର୍ଷ ବ୍ୟାପକ ଭୂସ୍ଖଳନ ହେତୁ ପର୍ବତ ସବୁ ନଷ୍ଟ ହୋଇଯାଇଛି। ପରିବେଶ ଆବଶ୍ୟକତା ଦେଶର ପ୍ରତିରକ୍ଷା ପ୍ରତି ବାଧକ ହେଉ ବୋଲି ମୁଁ କହୁନାହିଁ। କିନ୍ତୁ, ପ୍ରଶସ୍ତ ରାସ୍ତା ଆବଶ୍ୟକ ବୋଲି ସେନା କଦାପି କହିନାହିଁ। ରାଜନୀତିର ଶୀର୍ଷରେ ଥିବା କେହିଜଣେ କହିଛନ୍ତି, ଚାର୍‌ ଧାମ୍‌ ଯାତ୍ରା ପାଇଁ ଆମେ ରାଜପଥ ଆବଶ୍ୟକ କରୁଛୁ। ପରେ କୁଣ୍ଠିତ ହୋଇ ସେନା ସେ କଥା କହିଛି। ଏହା ପରେ ରାସ୍ତାକୁ ସମୁଦାୟ ୫ ମିଟର୍‌ ପ୍ରଶସ୍ତ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ