ରାଜ୍ୟ

ଚାରିମାସର ଦରମା ଦାବିରେ ପେପର ବୋଝେଇ ୨ଟି ଟ୍ରକ୍‌ ଅଟକ ରଖିଲେ କର୍ମଚାରୀ

ଜୟପୁର: କାଗଜକଳର କର୍ମଚାରୀ ମାନେ ଗତ ଚାରି ମାସର ଦରମା ଦାବି କରି ୨ଟି ପେପର ଲୋଡ ଟ୍ରକକୁ ଅଟକ ରଖିଥିଲେ। ଚାରି ମାସର ଦରମା ନ ଦେବା ପର୍ଯ୍ୟନ୍ତ ଏଠାରୁ ଉତ୍ପାଦିତ କାଗଜ ବିକ୍ରୀ କରିବାକୁ ଦିଆଯିବ ନାହିଁ ବୋଲି କର୍ମଚାରୀ ସଂଘର ସମନ୍ବୟ ସମିତି ଓ ସାଧାରଣ ସିଫ୍ଟର କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି। ସାଧାରଣ ସିଫ୍ଟ ସରିବା ଏବଂ ବି ସିଫ୍ଟ କର୍ମଚାରୀ ମାନେ ମିଲକୁ ଯିବା ପରେ ଅପରାହ୍ନ ୫ଟାରୁ ସଂଧ୍ୟା ସାଢ଼େ ସାତଟା ପର୍ଯ୍ୟନ୍ତ କର୍ମଚାରୀ ମାନେ ମୁଖ୍ୟଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ।

ଗତ  ଅଗଷ୍ଠ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସର ଦରମା କଂପାନୀ ଦେଇ ନାହିଁ। ୫ଦିନ ଗଲେ ଡିସେମ୍ବର ମାସ ବି ପୁର୍ତ୍ତି ହେବ। କାଗଜକଳ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏ ନେଇ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ବିଞପ୍ତି ବି ଦିଆଯାଇଛି। କର୍ମଚାରୀ ମାନେ କଂଚାମାଲ ଥିବା ଯାଏଁ ଭୋକ ଉପବାସରେ ଆସି ନିଜର କାମ କରିବେ ବୋଲି କହିଛନ୍ତି କର୍ମଚାରୀ। କିନ୍ତୁ ଦରମା ନ ଦେବା ପର୍ଯ୍ୟନ୍ତ ଉତ୍ପାଦିତ ସାମଗ୍ରୀକୁ ବିକ୍ରୀ କରିବାକୁ ବଜାରକୁ ଯିବାକୁ ଦିଆଯିବ ନାହିଁ ବୋଲି ସଂଘର କର୍ମକର୍ତ୍ତା ମାନେ କହିଛନ୍ତି। ଗୋଟିଲ ରିଲ୍ ଭର୍ତ୍ତି ଥିବା ଟ୍ରକ ସହ , ଗୋଟିଏ ସିଟ୍‌ ଟ୍ରକକୁ କର୍ମଚାରୀ ମାନେ ଅଟକ କରି ରଖିଦେଇଛନ୍ତି। ନୂଆ ପରିଚାଳନା କର୍ତ୍ତୃପକ୍ଷ ମିଛ କହି ଆମକୁ ଭୁଆଁ ଭୁଲାଇ ଦରମାର ଅଗ୍ରୀମ ଦେଉ  ନାହାନ୍ତି ବୋଲି କର୍ମଚାରୀ ମାନେ କହିଛନ୍ତି। ପ୍ରଶାସନ ନିକଟରେ ଦେଇଥିବା ଲିଖିତ ପ୍ରତିଶ୍ରୃତିକୁ ବି କାର୍ଯ୍ୟକାରୀ କରୁନି ବୋଲି ଏମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ସାଢ଼େ ୭ଟା ବେଳେ ୟୁନିଟ୍ ମୁଖ୍ୟ ଧାରଣାସ୍ଥଳ ମୁଖ୍ୟଗେଟ୍ ନିକଟକୁ ଆସି କର୍ମଚାରୀ ସଂଘର ନେତାଙ୍କ ସହ ଆଲେଚାନ କରି ଏହି ମାସର ୨୯ତାରିଖ ସୁଦ୍ଧା ଗୋଟିଏ ମାସର ଦରମା ଦେବେ ବୋଲି ପ୍ରତିଶ୍ରୃତି ଦେବା ପରେ ଏମାନେ ଧାରଣାରୁ ଓହରିଥିଲେ।

ସୂଚନାଯୋଗ୍ୟ, ବାରମ୍ବାର କଂଚାମାଲ ଅଭାବରୁ ବହୁ ଦିନ ବନ୍ଦ ରହିବା ପରେ ମିଲ ଚାଳୁଛି। ନୂଆ ପରିଚାଳନା ସଂସ୍ଥା ମଦର ଏର୍ଥ ରିସୋର୍ସସ୍ ପ୍ରାଇଭେଟ ଲିମିଟେଡ୍ ମିଲ୍ କୁ ନେବା ପରେ କର୍ମଚାରୀ ମାନେ ସଂପୁର୍ଣ୍ଣ ସହଯୋଗ କରି ଆସୁଥିବା କହିଛନ୍ତି କର୍ମଚାରୀ ସଂଘର ସଂପାଦକ ସରୋଜ ସୁଆର।  ପୂର୍ବରୁ ଥିବା ବକେୟା ଦରମା, ପିଏଫ, ଗ୍ରାଚ୍ୟୁଟି ଆଦିକୁ ଧିରେ ଧିରେ ଦେବାକୁ କହିବା ସହ ମିଲ ଚଳାଇବାକୁ  ସଂପୁର୍ଣ୍ଣ ସହଯୋଗ କରି ଆସୁଥିବା ବେଳେ ଦରମା ମଧ୍ୟ ଠିକରେ ନ ଦେଲେ କର୍ମଚାରୀ ମାନଙ୍କର  ପରିବାର ଭୋକ ଉପବାସରେ କେତେ ଦିନ ଚଳିବେ ବୋଲି ଶ୍ରୀ ସୁଆର ପ୍ରଶ୍ନ କରିଛନ୍ତି। କାଠ ଭେଣ୍ଡରଙ୍କର ତିନି କୋଟି ଟଙ୍କା ବକେୟା ରହିଥିବା ବେଳେ ମିଲରେ ମାତ୍ର ଦିନକ କିମ୍ବା ଦୁଇ ଦିନ ଚାଳିବା ଭଳି କଂଚାମାଲ ରହିଛି। ବକେୟା ଟଙ୍କା ଦେଉନଥିବାରୁ ଅଗାମୀ ଦିନରେ କାଠ ଭେଣ୍ଡର ମାନେ ବି ଆଉ କାଠ ଯୋଗାଇବେ କି ନାହିଁ ସଂଦେହ ପ୍ରକାଶ ପାଇଛି। ସେଭଳି କ୍ୟାମିକାଲ ଓ କୋଇଲା ସ୍ବଳ୍ପ ଅଣାଯାଉଛି। ଜିଲ୍ଲାପ୍ରଶାସନ, ଲୋକପ୍ରତିନିଧି ତୁରନ୍ତ ଏଦିଗରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ କାଗଜକଳ ଠିକରେ ଚାଳିବ କି ବୋଲି ବୁଦ୍ଧିଜୀବୀ ମହଲରେ ସଂଦେହ ସୃଷ୍ଟି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।