ରାଉରକେଲା ୨୬।୦୬ : ରାଉରକେଲା ଚାନ୍ଦିପୋଷ ଥାନା ଅଂଚଳରେ ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଗିରଫ ଦୁଇ ଜଣଙ୍କ ମଧ୍ୟରୁ ବିଶ୍ୱଜିତ ସାହୁର ବାମ ଗୋଡ଼ରେ ବାଜିଛି ଗୁଳି । ସେ ଚିକିତ୍ସତ ହେଉଛି ରାଉରକେଲା ସରକାରୀ ଡାକ୍ତରଖାନାରେ। ଉଭୟ ଝାଡ଼ଖଣ୍ଡ ଗୁଂଲା ଅଞ୍ଚଳର ସେମାନଙ୍କଠାରୁ ଜବତ ହୋଇଛି AK-47, ଗୋଟିଏ ପିସ୍ତଲ ସହ ୨୦ ରାଉଣ୍ଡ ଗୁଳି। ଏମାନଙ୍କ ବିରୋଧରେ ଅନେକ ସଙ୍ଗୀନ ମାମଲା ରହିଥିବା ପୋଲିସ କହିଛି। ଏକେ- 47 କେଉଁଠାରୁ ଆସିଲା, ଏମାନଙ୍କର କାହା ସହ ଲିଙ୍କ ରହଛି ଏ ସବୁ ଦିଗର ଖୋଳତାଡ଼ କରୁଛି ପୋଲିସ। ଜବତ କାରରୁ ଅନେକ ତଥ୍ୟ ହାସଲ ହୋଇଥିବା ସୂଚନା ମିଳିଛି।