ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାନ୍ଦିପୁର ଆଇଟିଆର୍‌ ବରିଷ୍ଠ ଅଧିକାରୀ ଗିରଫ ଘଟଣା: ଅଭିଯୁକ୍ତର ଗାଁ ଲୋକେ ଆଶ୍ଚର୍ଯ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଳେଶ୍ୱର : ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର୍‌ରେ ବରିଷ୍ଠ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ସମ୍ପତ୍ତିଆ ପଞ୍ଚାୟତ ବାଗପୁଞ୍ଜି ଗ୍ରାମର ବାବୁରାମ ଦେ ପାକିସ୍ତାନକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ବାବୁରାମଙ୍କ ଗିରଫଦାରୀ ଖବର ପ୍ରଚାର ହେବା ପରେ ତାଙ୍କ ଗାଁର ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ଅତି ଗରିବ ପରିବାରରେ ଜନ୍ମିତ ବାବୁରାମ ବାଗପୁଞ୍ଜି ଶ୍ରୀଚୈତନ୍ୟଦେବ ହାଇସ୍କୁଲ୍‌ରେ ପାଠ ପଢ଼ୁଥିଲେ। ସେହି ସମୟରେ ତାଙ୍କୁ ପାଠପଢ଼ା ପାଇଁ ଆର୍ଥିକ ସହାୟତା ଦେଇଥିଲେ ବୋଲି ଶିକ୍ଷକ ମୁରଲୀ ମୋହନ ପ୍ରଧାନ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିବା ବାବୁରାମଙ୍କ ବିରୋଧରେ ଆସିଥିବା ଦେଶଦ୍ରୋହ ଅଭିଯୋଗ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ସ୍କୁଲ୍‌ ବନ୍ଧୁ ସୁଧାଂଶୁ ଶେଖର ପାତ୍ର। ଅନ୍ୟ ଜଣେ ଗ୍ରାମବାସୀ ତାଙ୍କ ନାମ ଗୋପନ ରଖି କହିଛନ୍ତି, ଚଳିତ ମାସ ପ୍ରାରମ୍ଭରେ ବାବୁରାମ ଗାଁର ଶିବ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗାଁରେ ପ୍ରାୟ ୪ ଦିନ ରହିବା ସହ ମନ୍ଦିରକୁ ୨୦ ହଜାର ଟଙ୍କା ଦାନ କରିଥିଲେ। ସେହିପରି ଗାଁରେ ଏକ ପାଣିଟାଙ୍କି ବସାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ବାବୁରାମଙ୍କ ପରି ଜଣେ ଅତ୍ୟନ୍ତ ସରଳ ବ୍ୟକ୍ତି ଏପରି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତ ହୋଇ ନପାରେ। ଏହା ତାଙ୍କ ବିରୋଧରେ ଏକ ଷଡ୍‌ଯନ୍ତ୍ର ବୋଲି କହିଛନ୍ତି ତାଙ୍କର ଜଣେ ନିକଟ ସମ୍ପର୍କୀୟ।

ସୂଚନାଥାଉକି, ବାବୁରାମ ଆଇଟିଆର କଲୋନିରେ ରହୁଥିବା ବେଳେ ବର୍ଷକ ତଳେ ବାଲେଶ୍ୱରରେ ଏକ ଘର ନିର୍ମାଣ କରିଛନ୍ତି। ପତ୍ନୀ ଓ ପୁଅଝିଅଙ୍କୁ ମିଶାଇ ତାଙ୍କର ୪ ଜଣିଆ ପରିବାର। ପୁଅ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ଝିଅ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି। ବାବୁରାମଙ୍କ ଦୁଇଜଣ ବଡ଼ଭାଇ। ସେମାନେ ଗାଁରେ ରହୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।