ରାଜ୍ୟ

ଚାନ୍ଦିପୁରରୁ ଆଜି ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ୍

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଲଆଜି ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇ। ପୂର୍ବାହ୍ନରେ ହେବାକୁ ଥିବା ଏହି ମିସାଇଲରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବା ସହ ଏହାର ଟ୍ରାଜେଟୋରୀ ଓ ମାରକ କ୍ଷମତାକୁ ଯାଞ୍ଚ କରାଯିବ। ଏହି ପରୀକ୍ଷଣ ପାଇଁ ୩ନଂ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ ୩୧୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।

ପ୍ରଶାସନର ସୂଚନା ଅନୁସାରେ ଜୟଦେବକସବା ପାହି, ଶାହାଜାନଗର ପାଣିର ୧୦୯୩ ଜଣ, ଭୀମପୁର ପାହି, ତୁଣ୍ଡରା ପାହିର ୮୯୫ ଜଣ, ଖଡୁପାହି, କୁସୁମୁଳୀ ଗାଁର ୧୧୧୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସମସ୍ତ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରାଯାଇଛି। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ଯାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିସହିତ କ୍ଷତିପୂରଣ ବାବଦକୁ ସହାୟତା ଟଙ୍କା ଗ୍ରାମବାସୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଠାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।