ଅପରାଧ ରାଜ୍ୟ

ଚାନ୍ଦବାଲି ପୋଲିସକୁ ସଫଳତା, ୨୦ ଲିଟର ଚୋରା ଦେଶୀ ମଦ ଜବତ, ବେପାରୀ ଗିରଫ

ଚାନ୍ଦବାଲି ୨୩/୦୫ : ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର । ପୋଲିସ ଆଖିରେ ଧୂଳି ଦେଇ ଦିନ ଦୀପହରେ ଚାଲିଛି ଖୁଲମ ଖୋଲା ମଦ ବେପାର । ତେବେ ଆଜି ଚାନ୍ଦବାଲି ଥାନା ଅନ୍ତର୍ଗତ ଭାଟପଡା ପଞ୍ଚାୟତ ସେରପୁରୁ ଗାଁରେ ଏକ ମଦ ବେପାରୀ ୨୦ ଲିଟର ଦେଶି ମଦ ନେଇ ଯାଉଥିବା ବେଳେ ସେରପୁରୁ ଗ୍ରାମର କିଛି ମହିଳା ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବା ସହ ଚାନ୍ଦବାଲି ଥାନକୁ ଖବର ଦେଇଥିଲେ ।

ଖବର ପାଇ ଚାନ୍ଦବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଲିଟର ଦେଶି ଚୋରା ମଦକୁ ଜବତ କରିବା ସହିତ ମଦ ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ତେବେ ଗାଁ ଗହଳିରେ ହେଉଥିବା ଚୋରା ମଦ କାରବାରରେ ଅନେକ ଧନ ଜୀବନ ନଷ୍ଟ ହେଉଥିବା ବେଳେ କୁନି କୁନି ପିଲାମାନଙ୍କ ଉପରେ ଅନେକ ପ୍ରଭାବ ମଧ୍ୟ ପକାଉଛି ।

ତେବେ ଚୋରା ମଦ କାରବାର ଉପରେ ରୋକ ଲଗାଇବା ପାଇଁ ଅଞ୍ଚଳବାସୀ ପୋଲିସକୁ ଚେତାବନୀ ଦେଇଛନ୍ତି । ଯଦି ଆଗାମୀ ଦିନରେ ଏହି ଘଟଣାର ପୁନରାବୃତ୍ତି ହୁଏ ତାହେଲେ ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।