ଦେଶ ବିଦେଶ ରାଜ୍ୟ

ଚାଟ ଖାଇବା ପରେ ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିଲେ ନୀତା

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ର ରାଧିକା ମର୍ଚାଣ୍ଟଙ୍କୁ ବିବ‌ାହ କରିବାକୁ ଯାଉଛନ୍ତି।  ଦୁହିଁଙ୍କ ବିବାହ ଜୁଲାଇ ୧୨ତାରିଖରେ ହେବାକୁ ଥିବାରୁ  ଅମ୍ବାନୀ ପରିବାର ଏହି ବିବାହ ପାଇଁ ଜୋରସୋର‌ରେ ଲାଗିପଡ଼ିଛନ୍ତି

ଅମ୍ବାନୀ ପରିବାରରେ ଉତ୍ସାହର ମହଲ ଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ଗତସୋମବାର ବାରାଣାସୀରେ ପହଞ୍ଚିଥିଲେ। ଏଠାରେ ସେ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଭାବି ବୋହୂ ରାଧିକାଙ୍କ ବିବାହ ପାଇଁ ବାବା ବିଶ୍ୱନାଥଙ୍କ ଚରଣରେ ନିମନ୍ତ୍ରଣ ଦେଇ ଯାଇଛନ୍ତି।

କାଶୀ ବିଶ୍ୱନାଥରେ ବାବାଙ୍କ ଦର୍ଶନ ପରେ ନୀତା ଅମ୍ବାନୀ କାଶୀସ୍ଥିତ ଏକ ଛୋଟ ରେସ୍ତୋରାଁରେ ପହଞ୍ଚି ବସି କାଶୀ ଚାଟ୍ ଚାଖିଥିଲେ। ନୀତାଙ୍କୁ ଏହି ଚାଟ ଏତେ ପସନ୍ଦ ଆସିଥିଲା କି ସେ  କାରିଗରଙ୍କୁ ଏହାର ପ୍ରସ୍ତୁତି ପ୍ରାଣାଳୀ ପଚାରି ବୁଝିଥିଲେ। କାରିଗର ବି ନୀତାଙ୍କୁ ଗୋଟିଗୋଟି କରି ଚାଟର ପ୍ରସ୍ତୁତି ପ୍ରାଣାଳୀ ଜଣାଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓରେ ନୀତାଙ୍କ ଏହି ସାଧାରଣ ସ୍ବଭାବକୁ ଭୁରିଭୁରି ପସନ୍ଦ କରିଛନ୍ତି।

ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଜୁଲାଇ ୧୨ ତାରିଖରେ ହେବାକୁ ଯାଉଥିବା ବେଳେ ସେମାନଙ୍କର ବିବାହ କାର୍ଯ୍ୟକ୍ରମ ତିନି ଦିନ ଧରି ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜନ କରାଯିବାକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରି ସାରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ