ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଚାକିରୀ କରିବା ପୂର୍ବରୁ ଆପଣଙ୍କ ପିଲା ହୋଇଯିବ କୋଟିପତି, ଏହି ଯୋଜନାରେ କରନ୍ତୁ ବିନିଯୋଗ

ନୂଆଦିଲ୍ଲୀ ୧୪/୧୧ : ନଭେମ୍ବର ୧୪ ତାରିଖରେ ଶିଶୁ ଦିବସ ପାଳନ କରାଯାଇଥାଏ। ନଭେମ୍ବର ୧୪ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ। ଜବାହାରଲାଲ ନେହରୁ ଶିଶୁଙ୍କୁ ବହୁତ ସ୍ନେହ କରୁଥିଲେ। ସେଥିପାଇଁ ତାଙ୍କ ଜନ୍ମ ଜୟନ୍ତୀରେ ଶିଶୁ ଦିବସ ପାଳନ କରାଯାଇଥାଏ। ଶିଶୁ ଦିବସ ଅବସରରେ ନିଜ ଶିଶୁର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକ ଯୋଜନା ସମ୍ପର୍କରେ ଜାଣନ୍ତୁ। ଏହି ଯୋଜନାରେ ପୁଞ୍ଜି ବିନିଯୋଗ କଲେ ଆପଣଙ୍କ ଶିଶୁ ଚାକିରୀ କରିବା ପୂର୍ବରୁ କୋଟିପତି ହୋଇପାରିବ।

ପୁଞ୍ଜି ବିନିଯୋଗ ପାଇଁ ମ୍ୟୁଚୁଆଲ ଫଣ୍ଡ ସବୁଠାରୁ ଉତ୍ତମ ଉପାୟ ବୋଲି କୁହାଯାଏ। ମ୍ୟୁଚୁଆଲ ଫଣ୍ଡ ଜରିଆରେ ଆପଣ କେବଳ ନିଜ ନାଁରେ ନୁହେଁ ବରଂ ନିଜ ପିଲାଙ୍କ ନାଁରେ ମଧ୍ୟ ବିନିଯୋଗ କରିପାରିବେ। ବାପା-ମା’ ସଠିକ ତରିକାରେ ବିନିଯୋଗ କଲେ ଶିଶୁକୁ ୧୮ ବର୍ଷ ବୟସ ହେଲାବେଳକୁ ସେ କୋଟିପତି ହୋଇପାରିବ। ଜାଣନ୍ତୁ କିପରି :

ଶିଶୁଙ୍କ ପାଇଁ ସିଙ୍ଗଲ ନାଁରେ ମ୍ୟୁଚୁଆଲ ଫଣ୍ଡ ନିବେଶ ଆରମ୍ଭ କରିପାରିବେ। ଏହିଭଳି ନିବେଶରେ ଅଭିଭାବକଙ୍କ ନାଁ ଦରକାର ହୋଇନଥାଏ। ଶିଶୁଙ୍କ ନାଁରେ ମ୍ୟୁଚୁଆଲ ଫଣ୍ଡ ଆରମ୍ଭ କରିବାକୁ ନିଜ ପିଲାଙ୍କ ଜନ୍ମ ପ୍ରମାଣପତ୍ର ଥିବା ଆବଶ୍ୟକ। ପିଲାଙ୍କ ପାସପୋର୍ଟ ଥିଲେ ମଧ୍ୟ ଚଳିବ। ଏହାସହ ବାପାଙ୍କ ଜରୁରୀ କାଗଜପତ୍ର ଆବଶ୍ୟକ ହୋଇଥାଏ।

ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ବିନିଯୋଗ କରିବା ନିବେଶର ସବୁଠାରୁ ଚର୍ଚ୍ଚିତ ଉପାୟ। ପିଲାଙ୍କ ନାଁରେ ସିସ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନରେ ବିନିଯୋଗ କଲେ ବହୁତ ଫାଇଦା ହୋଇଥାଏ। କିନ୍ତୁ ପିଲାଙ୍କ ବୟସ ୧୮ ବର୍ଷ ହେଲାପରେ ଏହି ଯୋଜନାରେ ନିବେଶ କରିପାରିବେ ନାହିଁ। ପିଲାଙ୍କୁ ୧୮ ବର୍ଷ ହେବାପରେ ଏକ ପ୍ରକ୍ରିୟା ପରେ ପୁରା ଟଙ୍କା ପିଲା ନାଁରେ ହୋଇଯିବ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପିଲାକୁ ୧୮ ବର୍ଷ ହେଲାବେଳକୁ କୋଟିପତି ହେଇଯାଉ ତାହେଲେ ଶିଶୁ ଜନ୍ମ ହେବାପରେ ତା ନାଁରେ ୫ ହଜାର ଟଙ୍କାରେ ନିବେଶ କରିବା ଆରମ୍ଭ କରିବାକୁ ହେବ। ଏହି ନିବେଶରେ ପ୍ରତିବର୍ଷ ୧୫ ପ୍ରତିଶତ ବୃଦ୍ଧି କରି ଚାଲନ୍ତୁ। ଏହି ନିବେଶରେ ଯଦି ପ୍ରତିବର୍ଷ ୧୨ ପ୍ରତିଶତ ହାରରେ ରିଟର୍ନ ମିଳେ ତାହେଲେ ୧୮ ବର୍ଷ ହେଲାବେଳକୁ ଆପଣଙ୍କ ପୁଅ/ଝିଅ କୋଟିପତି ହୋଇଯାଇଥିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ