ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚାଉଳ ରପ୍ତାନି ଉପରୁ କଟକଣା ହଟିବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ : ଦେଶରେ ଚାଉଳ ଦାମ୍‌ ନିୟନ୍ତ୍ରଣ ମଧ୍ୟକୁ ଆସିଥିବାରୁ ଏହାର ରପ୍ତାନି ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଗତବର୍ଷ ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଖାଦ୍ୟଶସ୍ୟର ଘୋର ଅଭାବ ଦେଖାଦେଇଥିଲା। ବିଶେଷ କରି ଯୁଦ୍ଧ‌ ଲଢ଼ୁଥିବା ଦୁଇ ଦେଶରୁ ଶସ୍ୟ ରପ୍ତାନି ବନ୍ଦ ହେବା ପରେ ଅନ୍ୟ ଦେଶ ଉପରେ ତାହାର ପ୍ରଭାବ ଅନୁଭୂତ ହୋଇଥିଲା। ଭାରତର ଚାଉଳକୁ ନେଇ ଚାହିଦା ବଢ଼ିବା ଯୋଗୁ କିଛି ବ୍ୟବସାୟୀ ଅଧିକ ଲାଭ ପାଇବା ଆଶାରେ ଦେଶ ଭିତରେ ବିକିବା ବଦଳରେ ବାହାରକୁ ରପ୍ତାନି କରିବା ଉପରେ ଅଧିକ ଧ୍ୟାନ ଦେଇଥିଲେ। ଫଳରେ ଦେଶରେ ଚାଉଳ ଦାମ୍ ବୃଦ୍ଧି ପାଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇଥିଲେ।

ଭାରତରେ ବିପୁଳ ପରିମାଣର ଚାଉଳ ସରକାରୀ ଯୋଜନାରେ ଗରିବ ଲୋକମାନଙ୍କୁ ବଣ୍ଟନ କରାଯାଉଛି। ବର୍ତ୍ତମାନ ଭଣ୍ଡାରରେ ଯେତିକି ଚାଉଳ ଅଛି ତାହା ସରକାରୀ ଯୋଜନାର ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ। ସେଥିପାଇଁ ବଳକା ଚାଉଳକୁ ରପ୍ତାନି ଲାଗି ଅନୁମତି ଦେବା ଉପରେ ସରକାର ବିଚାର କରୁଛନ୍ତି। ବିଶ୍ବ ଚାଉଳ କାରବାର ପ୍ରତି ଭାରତର ଅବଦାନ ୪୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଯଦି ଭାରତ ଅଧିକ ଚାଉଳ ରପ୍ତାନି କରିବ ତେବେ ଏସିଆର ବିଭିନ୍ନ ଦେଶରେ ଏହାର ଦାମ୍‌ କମ୍ ହୋଇପାରିବ। ରାଜ୍ୟଗୁଡ଼ିକର ଭଣ୍ଡାରରେ ଥିବା ୨ ନିୟୁତ ଟନ୍‌ ଚାଉଳକୁ ଏକ ନିର୍ଦିଷ୍ଟ ଦାମ୍‌ରେ ଖୋଲା ବଜାରରେ ବିକ୍ରି ଲାଗି ଅନୁମତି ଦେବା ବିଷୟରେ ମଧ୍ୟ ସରକାର ବିଚାର କରୁଛନ୍ତି।

କେନ୍ଦ୍ର ସରକାର ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ଟିକସ ଲଗାଇଛନ୍ତି। ଖୁଦ ରପ୍ତାନିକୁ ମଧ୍ୟ ବନ୍ଦ କରାଯାଇଛି। ଟିକସ ଲଗାଇବା ପରେ ୬୦ ପ୍ରତିଶତ ଚାଉଳର ରପ୍ତାନି ପ୍ରଭାବିତ ହୋଇଛି। କେନ୍ଦ୍ର ସରକାର ଗହମ ଓ ଚିନି ରପ୍ତାନି ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଏଥର ‌ଭଲ ମୌସୁମୀ ବର୍ଷା ହୋଇଥିବାରୁ ଧାନ ଚାଷ ଭଲ ହୋଇଛି। ସେହି ଅନୁସାରେ ଅମଳ ମଧ୍ୟ ଭଲ ରହିବ। ତେଣୁ ଦେଶ ଭିତରେ ଚାଉଳ ଅଭାବ ଦେଖାଦେବାର ଆଶଙ୍କା କମ୍ ରହିଛି। ଏହା ବିଚାରକୁ ନେଇ କିଛି ପରିମାଣର ଚାଉଳ ରପ୍ତାନି ଲାଗି ଅନୁମତି ଦେବାକୁ ଚାଉଳ ରପ୍ତାନିକାରୀ ସଂଘ ସରକାରଙ୍କୁ ଅନୁରୋଧ କରିବାକୁ ସଜବାଜ ହେଉଛନ୍ତି। ଅତିକମ୍‌ରେ ୧ ନିୟୁତ ଖୁଦ ଚାଉଳ ରପ୍ତାନି କରିବା ଏବଂ ୨୦ ପ୍ରତିଶତ ରପ୍ତାନି ଟିକସକୁ ପ୍ରତ୍ୟାହାର କରିବା ଲାଗି ଦାବି କରାଯିବ ବୋଲି ସଂଘର ସଭାପତି ବି ଭି କ୍ରିଷ୍ଣା ରାଓ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ