ଖେଳ ରାଜ୍ୟ

ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ରକୁ ବିଜେଡ଼ିର ଟାର୍ଗେଟ୍, କ’ଣ ହେବ ୨୨ ଲକ୍ଷ ଟନ ଚାଉଳର ଭାଗ୍ୟ ?

ଭୁବନେଶ୍ବର : ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ଚାଷୀଙ୍କ ସ୍ବାର୍ଥରକ୍ଷା ପ୍ରସଙ୍ଗରେ ବିଜେପି ସବୁବେଳେ ଦୋମୁହାଁ ନୀତି ଗ୍ରହଣ କରୁଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାର ଚାଷୀମାନଙ୍କ ପ୍ରତି ବୈମାତ୍ରୁକ ମନୋଭାବ ପୋଷଣ କରୁଛନ୍ତି । ଚାଷୀମାନଙ୍କ ଜୀବନ ଜୀବିକା ସହ ଖେଳୁଛନ୍ତି । ଏଥିପାଇଁ କିଛି ଚାଷୀ ଆତ୍ମହତ୍ୟା କରିବାପରି ପଦକ୍ଷେପ ନେଉଛନ୍ତି । ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶାରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇଥିଲା । ତାମଧ୍ୟରୁ ୩୦ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ବ୍ୟବହାର ପାଇଁ ରାଜ୍ୟ ସରକାର ରଖିଛନ୍ତି । ଅର୍ଥାତ ଆମ ପାଖରେ ୨୨ ଲକ୍ଷ ମେଟ୍ରିକ ଟନ ଚାଉଳ ଗଚ୍ଛିତ ରହିଛି ଓ ନିୟମ ଅନୁସାରେ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ଏହାକୁ ଖରିଦ କରିବା କଥା । ଏହା ମଧ୍ୟରୁ ୨ ଲକ୍ଷ ଟନ ଅରୁଆ ଚାଉଳ ଓ ୫ ଲକ୍ଷଟନ ଭିଟାମିନଯୁକ୍ତ ଉଷୁନା ଚାଉଳ କିଣିବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା । ବଳକା ୧୫ ଲକ୍ଷ ଟନ ଚାଉଳର ଭାଗ୍ୟ କଣ ହେବ ତାହା ମଧ୍ୟ ଆମେ ଜାଣିପାରୁ ନାହୁଁ ବୋଲି ସେ କହିଛନ୍ତି ।

ସେହିପରି ବିଜେଡ଼ିର ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ ଚାଷୀଙ୍କ ପାଇଁ ବିଜେପି ସବୁବେଳେ କୁମ୍ଭୀର କାନ୍ଦଣା କାନ୍ଦୁଛି । କେବଳ ନିର୍ବାଚନ ଆସିଲେ ଚାଷୀଙ୍କ ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି, କିନ୍ତୁ ନିର୍ବାଚନ ଯିବା ପରେ ଚାଷୀମାନଙ୍କୁ ଭୁଲି ଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ