ଖେଳ ଦେଶ ବିଦେଶ

ଚହର ନୁହେଁ, ଏହି କ୍ରିକେଟରଙ୍କ ବିବାହରେ ପହଞ୍ଚିଥିଲେ କେ.ଏଲ୍ ରାହୁଲ୍, ସେୟାର କଲେ ଫଟୋ

ନୂଆଦିଲ୍ଳୀ ୦୨।୦୬ : ଭାରତୀୟ ଦଳର ଦ୍ରୁତ ବୋଲର ଦୀପକ ଚହର ଜୁନ୍ ୧ ଅର୍ଥାତ୍‌ ବୁଧବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଜୟାଙ୍କ ହାତ ଧରିଥିଲେ। ଦୀପକ ଚହରଙ୍କ ବିବାହରେ ଅନେକ ବଡ ବଡ ଖେଳାଳୀ ଉପସ୍ଥିତ ଥିଲେ। କିନ୍ତୁ କେ.ଏଲ୍ ରାହୁଲ ସେହି ବିବାହକୁ ଆସି ନଥିଲେ । ଦୀପକଙ୍କ ବିବାହରେ ହିଁ ନୁହେଁ ବରଂ ବହରିନ ପାଇଁ ଖେଳୁଥିବା କ୍ରିକେଟରଙ୍କ ବିବାହରେ ଯୋଗ ଦେଇଥିଲେ। ଏନେଇ ସେ ଏକ ବିବାହର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ କେ.ଏଲ୍ ରାହୁଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବହରିନ ପାଇଁ ଖେଳୁଥିବା ଡେଭିଡ ମାଥିଆସଙ୍କ ବିବାହରେ ନଜର ଆସିଛନ୍ତି। ସେ ଦୁହିଁଙ୍କୁ ହଳଦୀ ଲଗାଉଥିବାର ଦେଖିବାକୁ ମିଳିଛି। କେଏଲ ରାହୁଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡେଭିଡ ମାଥିଆସ ଏବଂ କଲ୍ୟାଣୀ ଦେଶାଇଙ୍କ ବିବାହ ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ‘ଭାଇଙ୍କ ବିବାହ’

କହିବାକୁ ଗଲେ କର୍ଣ୍ଣାଟକରେ ଜନ୍ମିତ ଡେଭିଡ ମାଥିଆସ୍ ୫ ବର୍ଷ ମଧ୍ୟରେ ଭାରତରେ କେବଳ ୫ଟି ଫାଷ୍ଟ କ୍ଲାସ୍‌ ମ୍ୟାଚ୍ ଖେଳିଥିଲେ । ସେହି ସମୟ କେଏଲ ରାହୁଲ ମଧ୍ୟ କିଛି ମ୍ୟାଚରେ ତାଙ୍କ ସହ ଥିଲେ। ସେହି ଦିନଠାରୁ ଉଭୟଙ୍କର ବନ୍ଧନ ଘନିଷ୍ଠ ହୋଇ ଯାଇଥିଲା ​​। ସେଥିପାଇଁ କେ.ଏଲ ରାହୁଲ ଦୀପକ ଚହରଙ୍କ ବିବାହକୁ ନ ଯାଇ ଡେଭିଡ ମାଥିଆସଙ୍କ ବିବାହରେ ଯୋଗ ଦେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ