ରାଜ୍ୟ ସ୍ପେଶାଲ ରିପୋର୍ଟ

ଚଳିତବର୍ଷ ୫ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ବର : ୨୦୨୩-୨୪ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ନିଜର ୭୫ବର୍ଷ ପୂର୍ତି ପାଳନ କରିବ। ଏହି ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୫ହଜାରରୁ ଅଧିକ ପଦବି ପୂରଣ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ୨୦୨୨-୨୩ବର୍ଷରେ ଓପିଏସ୍‌ସି ବର୍ଗ-ଏ ଓ ବର୍ଗ-ବି ସେବାରେ ନିଯୁକ୍ତି ପାଇଁ ୩୭୧୮ ପ୍ରାର୍ଥୀଙ୍କୁ ସୁପାରିସ କରାଯାଇଛି। ଯାହାକି କୌଣସି ନିଯୁକ୍ତି ବର୍ଷ ପାଇଁ ସର୍ବକାଳୀନ ରେକର୍ଡ।

ଓପିଏସ୍‌ସିର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ୨୦୨୨-୨୩ର ବାର୍ଷିକ ବିବରଣୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି। ସୁପାରିସ ହୋଇଥିବା ୩୭୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୧୦ଜଣ ହେଉଛନ୍ତି ମହିଳା। ଯାହାକି କୃତକାର୍ଯ୍ୟ ପ୍ରାର୍ଥୀଙ୍କର ୪୦ ପ୍ରତିଶତ। ଏହା ନିଯୁକ୍ତି କ୍ୟାଲେଣ୍ଡରରେ ବର୍ଗ-ଏ ଓ ବର୍ଗ-ବି ପଦବି ପାଇଁ ସୁପାରିସ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅନୁସୂଚିତ ଜାତି ବର୍ଗର ୩୮୯ଜଣ ଓ ଜନଜାତି ବର୍ଗର ୪୪୩ଜଣ ପ୍ରାର୍ଥୀ ରହିଛନ୍ତି। ଏହି ନିଯୁକ୍ତି ବର୍ଷରେ ୧୨୦୫ଜଣ ସହକାରୀ ସର୍ଜନ, ୩୫୬ ଭେଟେନାରି ଆସିଷ୍ଟାଣ୍ଟ ସର୍ଜନ, ସରକାରୀ ମେଡିକାଲ କଲେଜର ୨୫୦ ଆସିଷ୍ଟାଣ୍ଟ ପ୍ରଫେସର, ସରକାରୀ ଡିଗ୍ରି କଲେଜ ପାଇଁ ୩୪୭ ଆସିଷ୍ଟାଣ୍ଟ ପ୍ରଫେସର, ବିଏଡ୍‌ କଲେଜ ପାଇଁ ୩୨୯ ଆସିଷ୍ଟାଣ୍ଟ ପ୍ରଫେସର, ୨୪୪ ସ୍ନାତକୋତ୍ତର ଶିକ୍ଷକ, ଓଡ଼ିଶା ସିଭିଲ ସର୍ଭିସ ପାଇଁ ୩୯୨, ୧୧୫ ସହକାରୀ ମତ୍ସ୍ୟ ଅଧିକାରୀ ଓ ୧୦୨ଜଣ ସହକାରୀ କୃଷି ଯନ୍ତ୍ରୀ ରହିଛନ୍ତି। ୨୦୨୨-୨୩ରେ ୧୭ଟି ସରକାରୀ ବିଭାଗ ପାଇଁ ଆୟୋଗ ମୋଟ ୨୬୫୦ଟି ପଦୋନ୍ନତି ଓ ୨୮୬ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସହମତି ପ୍ରଦାନ କରିଛନ୍ତି।

ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଓ ଶୀଘ୍ର ଫଳ ପ୍ରକାଶକୁ ସୁନିଶ୍ଚିତ କରିବା ଆୟୋଗଙ୍କ ଏକ ପ୍ର‌ମୁଖ କ୍ଷେତ୍ର ରହିଛି। ବୈଷୟିକ ଜ୍ଞାନକୌଶଳର ଉପଯୋଗ ଓ ଚୟନ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ନିରପେକ୍ଷ ମାନଦଣ୍ଡ ଗ୍ରହଣ କରାଯିବ। ଅନଲାଇନ୍ ପୋର୍ଟାଲ, ସମନ୍ବିତ ନିଯୁକ୍ତି ପରିଚାଳନାର ବ୍ୟବସ୍ଥାର ଉନ୍ନତିକରଣ, ଅଧିକ କମ୍ପ୍ୟୁଟର ଭିତ୍ତିକ ନିଯୁକ୍ତି ପରୀକ୍ଷା(ସିବିଆରଇ) ପରିଚାଳନା, ଉତ୍ତର ପତ୍ର ଓ ସାକ୍ଷାତକାର ମୂଲ୍ୟାୟନ ସମୟରେ ପ୍ରାର୍ଥୀଙ୍କ ପରିଚୟ ଗୁପ୍ତ ରଖିବା ପ୍ରଭୃତି ଉପରେ ଆୟୋଗ ଗୁରୁତ୍ବ ଦେଉଥିବା କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।