ଖେଳ ଦେଶ ବିଦେଶ

ଚଳନ୍ତା କାରରୁ ବାହାରିଗଲା ଟାୟାର, ଅଳ୍ପକେ ବର୍ତ୍ତିଲେ ପୂର୍ବତନ କ୍ରିକେଟର ଅଝାରୁଦ୍ଦିନ ଓ ତାଙ୍କ ପରିବାର

କୋଟା ୩୦।୧୨: ପୂର୍ବତନ କ୍ରିକେଟର ତଥା ଟିମ ଇଣ୍ଡିଆ କ୍ୟାପ୍ଟେନ ମହମ୍ମଦ ଅଝାରୁଦ୍ଦିନ ବୁଧବାର ତାଙ୍କ ପରିବାର ସହ ଯାତ୍ରା କରୁଥିବା ବେଳେ ଏକ ବଡଧରଣର ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ୍‌ କୋଟା ହାଇୱେରେ ତାଙ୍କ କାରର ଚକ ବାହାରି ପଳାଇବାରୁ ଅନିୟନ୍ତ୍ରିତ ହୋଇ ରାସ୍ତାକଡ ଢାବାକୁ ପଶିଯାଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଢାବାରେ କାର୍ଯ୍ୟ କରୁଥିବା ଜନୈକ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏହେସାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳୁଥିବା ସୂଚନାରୁ ପ୍ରକାଶ ଯେ ଅଝାରୁଦ୍ଦିନ ରଣଥୋମ୍ବର ଯିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛଛନ୍ତି। ଏଥିରେ ଅଝାରୁଦ୍ଦିନଙ୍କୁ ନେଇ ଯାଉଥିବା କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ଅନ୍ୟ ଏକ ଗାଡ଼ି ଯୋଗେ ଅଝାରୁଦ୍ଦିନ ପରିବାର ସହ ହୋଟେଲକୁ ଯାଇଛନ୍ତି। ଦୁର୍ଘଟଣା ସୂଚନା ପାଇ ନିକଟସ୍ଥ ସୁରୱାଲ ଥାନାପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଆହତଙ୍କୁ ହସ୍ପିଟାଲ ପହଞ୍ଚାଇବା ସହ ଅଝାରୁଦ୍ଦିନଙ୍କ ପରିବାରକୁ ସେଠାରୁ ଉଦ୍ଧାର କରିଥିଲା।

ଅଝାରୁଦ୍ଦିନ ଯେଉଁ କାରରେ ଯାତ୍ରା କରୁଥିଲେ ତାହା ଦିଲ୍ଲୀ ନମ୍ବରର କାର ଥିଲା। ପୂର୍ବତନ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ରାଜନୀତିରେ ସକ୍ରିୟ ଅଛନ୍ତି। ଦୁର୍ଘଟଣା ନେଇ ଅଝାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ