ଦେଶ ବିଦେଶ ମନୋରଞ୍ଜନ

ଚଳଚ୍ଚିତ୍ର ସମୀକ୍ଷକ ଜୟ ପ୍ରକାଶ ଚୋକସିଙ୍କ ଦେହାନ୍ତ, କିଛି ଦିନ ପୂର୍ବରୁ ଲେଖିଥିଲେ ଶେଷ ଲେଖା

ନୂଆଦିଲ୍ଲୀ ୦୨/୦୩ : ଜଣାଶୁଣା ଚଳଚ୍ଚିତ୍ର ସମୀକ୍ଷକ ଜୟପ୍ରକାଶ ଚୋକସି ଆଉ ନାହାଁନ୍ତି । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ଚୋକସି ଆଜି ସକାଳ ୮.୧୫ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତ । ଇନ୍ଦୋରରେ ହେବ ତାଙ୍କର ଶେଷ ସତ୍କାର ।

ଦେଶର ଅଗ୍ରଣୀ ଚଳଚ୍ଚିତ୍ର ପତ୍ରିକା ଏବଂ ଖବରକାଗଜରେ ୮୩ ବର୍ଷିୟ ଚୋକସିଙ୍କ ଅନେକ ପ୍ରବନ୍ଧ ଏବଂ ଚଳଚ୍ଚିତ୍ର ସମୀକ୍ଷା ପ୍ରକାଶ ପାଇଛି । ଅନେକ ପାଠକ ତାଙ୍କ ଲେଖାକୁ ଭଲ ପାଉଥିଲେ । କିଛି ଦିନ ପୂର୍ବରୁ ସେ ଏକ ଅଗ୍ରଣୀ ଖବରକାଗଜରେ ତାଙ୍କ ସ୍ତମ୍ଭର ଶେଷ ଲେଖା ଲେଖିଥିଲେ । ପରିବାର ସୂତ୍ରରୁ ପ୍ରକାଶ ଯେ ବୁଧବାର ଅପରାହ୍ନ ୫ ଟାରେ ଚୋକସିଙ୍କ ଅନ୍ତିମ ସଂସ୍କାର ଇନ୍ଦୋରରେ ଅନୁଷ୍ଠିତ ହେବ ।

ଚୋକ୍ସି ଚଳଚ୍ଚିତ୍ର ଜଗତର ଅନେକ ସେଲିବ୍ରିଟିଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ । ସେ କପୁର ପରିବାର ଏବଂ ସଲିମ ଖାନଙ୍କ ପରିବାରର ଅତି ନିକଟତର ଥିଲେ । ତାଙ୍କର ବିଶେଷ ପ୍ରକାରର ଚଳଚ୍ଚିତ୍ର ସମୀକ୍ଷା ବଲିଉଡରେ ମଧ୍ୟ ପସନ୍ଦ ଆସିଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ