କୋଚି: ଚଳଚ୍ଚିତ୍ର ନିର୍ମାତ୍ରୀ ଆୟେଶା ସୁଲ୍ତାନାଙ୍କ ନାମରେ ରୁଜୁ ରାଷ୍ଟ୍ରଦ୍ରୋହ ମାମଲାକୁ ‘ଅସତ୍ୟ ଏବଂ ଅଯଥାର୍ଥ’ କହି ‘ବିଜେପି’ର ସାଧାରଣ ସମ୍ପାଦକ ଅବ୍ଦୁଲ୍ ହମୀଦ ମୁଲ୍ଲିପୁଝାଙ୍କଦ୍ବାରା ପରିଚାଳିତ ଲାକ୍ଷାଦ୍ବୀପର ଅନେକ ‘ବିଜେପି’ ନେତା ଦଳରୁ ଇସ୍ତଫା ଦେଇଛନ୍ତି।
ଲାକ୍ଷାଦ୍ବୀପ ୟୁନିଟ୍ର ବିଜେପି ସଭାପତି ଅବ୍ଦୁଲ୍ ଖାଦେରଙ୍କ ଅଭିଯୋଗ ଆଧାରରେ ଲାକ୍ଷାଦ୍ବୀପ ପୁଲିସ ରାଷ୍ଟ୍ରଦ୍ରୋହ ଅଭିଯୋଗରେ ଆୟେଶା ସୁଲ୍ତାନାଙ୍କ ନାମରେ ମାମଲା ରୁଜୁ କରିଥିଲା। ଦୂରଦର୍ଶନ ବିତର୍କରେ ସୁଲ୍ତାନା କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ କୋଭିଡ୍-୧୯ ବିସ୍ତାର ସମ୍ବନ୍ଧରେ ‘ଅସତ୍ୟ ସମ୍ବାଦ ପ୍ରଘଟ’ କରିଥିବା ଅଭିଯୋଗକାରୀ ଦର୍ଶାଇଥିଲେ।
ଲାକ୍ଷାଦ୍ବୀପର ବିଜେପି ସଭାପତି ଅବ୍ଦୁଲ୍ ଖାଦେର୍ଙ୍କୁ ଲିଖିତ ପତ୍ରରେ ଦଳୀୟ ନେତାମାନେ କହିଛନ୍ତି ଯେ, ପ୍ରଶାସକ ପ୍ରଫୁଲ୍ ପଟେଲ୍ଙ୍କ ‘ଅଗଣତାନ୍ତ୍ରିକ କାର୍ଯ୍ୟାନୁଷ୍ଠାନ’ ବିରୋଧରେ ଲାକ୍ଷାଦ୍ବୀପର ବିଜେପି କର୍ମୀମାନେ ପ୍ରତିବାଦ ଚଳାଇଥିବା ବେଳେ ଆପଣ ସୁଲ୍ତାନାଙ୍କ ନାମରେ ‘ଅସତ୍ୟ ଏବଂ ଅଯଥାର୍ଥ’ ଅଭିଯୋଗ ଦାଏର କରି ତାଙ୍କ ପରିବାର ଓ ତାଙ୍କ ଭବିଷ୍ୟତ ବରବାଦ କରିଛନ୍ତି।
ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ପଟେଲ୍ ଗ୍ରହଣ କରୁଥିବା କାର୍ଯ୍ୟାନୁଷ୍ଠାନ ଜନବିରୋଧୀ, ଗଣତନ୍ତ୍ରବିରୋଧୀ ଏବଂ ଜନସାଧାରଣଙ୍କୁ ମାତ୍ରାଧିକ କଷଣ ଦେଉଛି। ଆପଣ ମଧ୍ୟ ଜାଣନ୍ତି ଯେ, ପ୍ରଶାସକ ତଥା ଜିଲ୍ଲାପାଳଙ୍କ ବିଭିନ୍ନ ଭୁଲ୍ କାର୍ଯ୍ୟ ଉପରେ ଲାକ୍ଷାଦ୍ବୀପର କେତେକ ‘ବିଜେପି’ ନେତା ପ୍ରତିବାଦ କରିଛନ୍ତି। ସେହିଭଳି ଚେତାଲ୍ତ୍ବାସିନୀ ଆୟେଶା ସୁଲ୍ତାନା ମଧ୍ୟ ଗଣମାଧ୍ୟମରେ ତାଙ୍କ ମତାମତ ଦେଇଛନ୍ତି।
ସୂଚନାଯୋଗ୍ୟ, ଆୟେଶା ସୁଲ୍ତାନା କେନ୍ଦ୍ର ସରକାର ଏବଂ ଲାକ୍ଷାଦ୍ବୀପ ପ୍ରଶାସକ ପ୍ରଫୁଲ୍ ପଟେଲ୍ଙ୍କର ତୀବ୍ର ସମାଲୋଚିକା ଅଟନ୍ତି। ଲାକ୍ଷାଦ୍ବୀପରେ କେନ୍ଦ୍ର ସରକାର କୋଭିଡ୍-୧୯କୁ ‘ଜୈବାସ୍ତ୍ର’ ଭାବେ ବ୍ୟବହାର କରିଛନ୍ତି ବୋଲି ମାଲାୟାଲମ୍ ଚାନେଲ୍ରେ ଏକ ସମ୍ବାଦ ବିତର୍କରେ ସେ କୁଆଡ଼େ କହିଥିଲେ।

