ଧର୍ମ ରାଜ୍ୟ

ଚଳଚଞ୍ଚଳ ଶ୍ରୀଲୋକନାଥଙ୍କ ପୀଠ, ହରିହର ଭେଟ ଓ ମହାଦୀପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ

ପୁରୀ ୦୧।୦୩ : ପୁରୀର ଶ୍ରୀଲୋକନାଥଙ୍କ ପୀଠ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଭାବେ ମାନ୍ୟତା ଲାଭ କରିଛି। ମହାଶିବରାତ୍ରୀ ଅବସରରେ ଏଠାରେ ପାଳିତ ହୋଇଥାଏ ପାରମ୍ପରିକ ଜାଗର ଯାତ୍ରା।

ଲକ୍ଷାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ଶ୍ରୀଲୋକନାଥଙ୍କ ଦର୍ଶନ ସହ ରାତି ଉଜାଗର ରହି ଦୀପ ଜାଳିବାର ପରମ୍ପରା ରହିଛି। ଏଥିପାଇଁ ରାତି ୧୨ ଟାରେ ଦ୍ୱାରଫିଟା ହେବା ପରେ ଶ୍ରୀଲୋକନାଥଙ୍କ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ପୂଜା କରାଯାଇ ଭୋର ପ୍ରାୟ ୪ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । କୋଭିଡ଼ ନିୟମ ଅନୁଯାୟୀ ମୁହଁରେ ମାସ୍କ ପରିଧାନ କରି ଭକ୍ତମାନେ ଲାଇନ୍ ବାନ୍ଧି ଅପେକ୍ଷା କରି ଏହି ପବିତ୍ର ଦିନରେ ଲୋକନାଥଙ୍କୁ ଦର୍ଶନ କରି ଅଶେଷ କୃପା ଲାଭ କରିଥିଲେ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ