ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଟମାଟୋ, ଜାଣନ୍ତୁ ଏହାର ବ୍ୟବହାର

ଭୁବନେଶ୍ୱର ୩୦/୦୩: ଦୈନିକ ବ୍ୟସ୍ତଭରା ଜୀବନ ଏବଂ ଉପଯୁକ୍ତ ଖାଦ୍ୟର ଅଭାବ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଖରାପ ଜୀବନଶୈଳୀ କାରଣରୁ ସ୍କିନ୍ ଡଲନେସ୍ ସମେତ ଆହୁରି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରତିଦିନର ଧୂଳି-ମାଟି ଆମ ସ୍କିନ୍ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହି କାରଣରୁ, ସ୍କିନ୍ ସମ୍ବନ୍ଧୀୟ ସମସ୍ୟା ପ୍ରତିଦିନ ଦେଖିବାକୁ ମିଳିଥାଏ । ସ୍କିନ୍ ଡଲନେସ୍, ଟ୍ୟାନିଂ, ପିମ୍ପଲ୍, ଡ୍ରାଏନେସ୍ ଇତ୍ୟାଦି ସମସ୍ୟା ପ୍ରତିଦିନ ଦେଖାଯାଏ । ଏହି ସମସ୍ୟାଗୁଡ଼ିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଟମାଟୋ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଚାଲନ୍ତୁ ଜାଣିବା ସ୍କିନ୍ ପାଇଁ ଟମାଟୋର ବ୍ୟବହାର ଏବଂ ତାହାର ଉପକାରିତା…

୧. ଟମାଟୋକୁ ଗ୍ରାଇଣ୍ଡ୍ କରି ତାହାର ପେଷ୍ଟ ଲଗାଇବା ଦ୍ୱାରା ଚେହେରାର ଚମକ ବୃଦ୍ଧି ପାଇଥାଏ । ପିମ୍ପଲ୍, ଦାଗ ଏବଂ ଅନ୍ୟାନ୍ୟ ମୁଖ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

୨. ୨୦୦ ଗ୍ରାମ୍ ଟମାଟୋକୁ ହଳଦୀ ରସ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ସମୟ ସମୟରେ ଏହି ମିଶ୍ରଣ ପିଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ ।

୩. ଟମାଟୋକୁ ପେଷ୍ଟ କରି ସେଥିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ୫ମିନିଟ୍ ଲଗାଇଲେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ ।

୪. ଟମାଟୋକୁ ମଝିରୁ କାଟି ଏକ ଖଣ୍ଡରେ ମୁହଁକୁ ମାଲିସ୍ କରନ୍ତୁ ଏବଂ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ପ୍ରତିଦିନ ଏହା କରିବା ଦ୍ୱାରା ମୁଖ ବ୍ରଣ ସମସ୍ୟା ଦୂର ହୋଇଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ