ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ରାଗିଂ: ଜିଲ୍ଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ଆସି

ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୋଲି ବାଇପାସ୍‌ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ଦୀପ୍ତିଲତା ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟର ଉନ୍ମୋଚନ ହୋଇପାରୁ ନାହିଁ। ଏ ନେଇ ଏକ ପିଟିସନ୍‌ର ଶୁଣାଣି କରି ୪ସପ୍ତାହ ମଧ୍ୟରେ ଆକ୍ସନ୍‌ ଟେକେନ୍‌ ରିପୋର୍ଟ(ଏଟିଆର୍‌) ଦାଖଲ କରିବାକୁ ଜାତୀୟ ମାନବାଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି) ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସ୍‌.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ ଝିଅ ଦୀପ୍ତିଲତା ଏହି ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲ୍‌‌ରେ ରହି ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ପାଠ ପଢ଼ୁଥିଲେ। ଗତ ୧୩ ତାରିଖ ଦିନ ହଷ୍ଟେଲ୍‌ ପରିସରରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ମା’ ଜ୍ୟୋତ୍ସ୍ନାରାଣୀ ଦାସଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ କହିଥିଲା। ତେବେ, ଏ ଘଟଣାରେ ବ୍ରହ୍ମପୁରର ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ରଙ୍କ ତରଫରୁ ଏନ୍‌ଏଚ୍‌ଆର୍‌ସିରେ ଏକ ପିଟିସନ୍‌ ଦାଏର ହୋଇଥିଲା।

ରାଗିଂ ନୁହେଁ, କେକ୍‌କଟାକୁ ନେଇ ଗଣ୍ଡଗୋଳ; ଅଭିଭାବକ ଓ ଛାତ୍ର ଲେଖିଲେ ଅଣ୍ଡର୍‌ଟେକିଂ

ସମ୍ବଲପୁର : ଗୋଟିଏ ‌ବର୍ଷରେ ପଢ଼ୁଥିବା ୨ ଜଣ ଛାତ୍ର ଓ ୨ ଜଣ ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ସାମାନ୍ୟ ବଚସା ଓ ପାଟିତୁଣ୍ଡକୁ ରାଗିଂର ରୂପ ଦିଆଯିବା ପରେ ତତ୍ପରତା ପ୍ରକାଶ କରିଛନ୍ତି ଗଙ୍ଗାଧର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ। ରାଗିଂ ନୁହେଁ, ଏହା କେକ୍‌କଟାକୁ ନେଇ ଗଣ୍ଡଗୋଳ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

କେତେକ ଗଣମାଧ୍ୟମରେ ଏହାକୁ ରାଗିଂ ବୋଲି ଉଲ୍ଲେଖ କରାଯାଇଥିବାରୁ ଶୁକ୍ରବାର ବିଦ୍ୟାଳୟ ଆଣ୍ଟି ରାଗିଂ ସେଲ୍‌ର ବୈଠକ ମଧ୍ୟ ହୋଇଥିଲା। ହେଲେ, ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀଦ୍ବୟ କେବଳ ସେମାନଙ୍କୁ ଗାଳିଗୁଲଜ କରାଯାଇଥିବା କହିଥିଲେ। ଦୁହିଁଙ୍କ ମଧ୍ୟରୁ ଜଣକ ସ୍କୁଟି ଉପରେ କିଛିପିଲା କେକ୍‌ କାଟିଥିଲେ। ଏହାକୁ ନେଇ ବଚସା ହେବାରୁ ‌ସେମାନେ ଗାଳିଗୁଲଜ କରିଥିଲେ। ୪ ଜଣ ଯାକ ଛାତ୍ରଛାତ୍ରୀ ମଧ୍ୟ ସମାନ ଶ୍ରେଣୀରେ ପଢ଼ୁଥିବାରୁ ଏହା ରାଗିଂ ମାମଲା ନୁହେଁ ବୋଲି ଆଣ୍ଟିରାଗିଂ ସେଲ୍‌ ପକ୍ଷରୁ ସ୍ପଷ୍ଟ କରା ଯାଇଥିବା ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।