ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚର୍ଚ୍ଚାରେ ବ୍ୟକ୍ତିଙ୍କ ୮.୮ ସେଣ୍ଟିମିଟର ଲମ୍ବା ନାକ, ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ସ୍ଥାନ ପାଇଛି ନାଁ

ନୂଆଦିଲ୍ଲୀ: ପୂର୍ବରୁ ଲମ୍ବା କେଶ ବା ଉଚ୍ଚତାକୁ ନେଇ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ‌ଲୋକଙ୍କ ନାଁ ସାମିଲ ହୋଇଥିବାର ଆପଣ ଦେଖିଥିବେ। ହେଲେ ତୁର୍କୀରେ ରହୁଥିବା ଜଣେ ବ୍ୟକ୍ତି ନିଜ ନାକ ପାଇଁ ଚର୍ଚ୍ଚାରେ। ବିଶ୍ବରେ ଜୀବିତ ଥିବା ଲୋକଙ୍କ ନାକଠାରୁ ତାଙ୍କ ନାକ ବଡ଼ ହୋଇଥିବାରୁ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ତାଙ୍କ ନାଁ ସ୍ଥାନ ପାଇଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ତୁର୍କୀର ୭୧ ବର୍ଷିୟ ମେହମତ ଓଜିୟୁରେକ ।


ଦ ସନ ୟୁକେ ଅନୁସାରେ, ମେହମତ ଓଜିୟୁରେକ ଏକମାତ୍ର ଜୀବିତ ବ୍ୟକ୍ତି ଯାହାଙ୍କ ନାକ ୮.୮ ସେଣ୍ଟିମିଟର ଲମ୍ବା । ୨୦୧୦ ମସିହାରେ ତାଙ୍କ ଲମ୍ବା ନାକ ଯୋଗୁଁ ସେ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ସ୍ଥାନ ପାଇଥିଲେ, ଯାହାଙ୍କୁ ଆଜି ଯାଏଁ କେହି ବି ଭାଙ୍ଗି ପାରିନାହାନ୍ତି । ତାଙ୍କ କହିବାନୁସାରେ ଏବେ ବି ତାଙ୍କ ନାକ ବଡ ହେବାରେ ଲାଗିଛି ।

ଓଜିୟୁରେକ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ତାଙ୍କ ନାଁ ସ୍ଥାନ ପାଇଥିବାର ଦିନ ମନେ ପକାଇ ଏକ ଟ୍ୱିଟ କରିଥିବା ଦେଖାଯାଇଛି। ବର୍ତ୍ତମାନ ଓଜିୟୁରେକଙ୍କ ନାକ ସବୁଠାରୁ ବଡ, ହେଲେ ଇତିହାସରେ ସବୁଠାର ବଡ ନାକ ଥିବା ବ୍ୟକ୍ତି ହେଉଛନ୍ତି ୟୁକେର ଥୋମାସ ୱେଡର୍ସ । ୧୮ ଦଶକରେ ଥୋମାସଙ୍କ ନାକ ଅବିଶ୍ୱସନୀୟ ଭାବେ ୧୯ ସେଣ୍ଟିମିଟର ଲମ୍ବା ରହିଥିଲା । ତେବେ ତାଙ୍କ ମୃତ୍ୟୁ ପରେ ଏବେ ମେହମତଙ୍କ ନାକ ସବୁଠାରୁ ବଡ଼ ଥିବା କୁହାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ