ରାଜନୀତି ରାଜ୍ୟ

ଚର୍ଚ୍ଚାରେ ବିଜେଡି ମନୋନୟନ: ଅପରାହ୍ନରେ ଘୋଷଣା, ରାତିରେ ବାତିଲ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସୁନ୍ଦରଗଡ଼ : ମାତ୍ର ୩ ଘଣ୍ଟାର କମିଟି। ଅପରାହ୍ନ ୪ଟାରେ ଘୋଷଣା, ରାତି ୭ଟାରେ ବାତିଲ୍‌। ସୁନ୍ଦରଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳ କର୍ମକର୍ତ୍ତା ମନୋନୟନକୁ ଘଟିଥିବା ଏହିଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହାପଛରେ ରହିଥିବା କାରଣ ଜଣାପଡ଼ି ନଥିବା ବେଳେ ଜିଲ୍ଲାରେ ଦଳୀୟ ପଦବିକୁ ନେଇ ଚାଲିଥିବା ଟଣାଓଟରାର ଓ ପତିଆରା ଲଢ଼େଇର ଏହା ଏକ ପ୍ରତିଫଳନ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଗତକାଲି ଠିକ୍‌ ଅପରାହ୍ନ ୪ଟାରେ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆ ସୁନ୍ଦରଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳ କମିଟି କର୍ମକର୍ତ୍ତ‌ାଙ୍କ ନାମ ଘୋଷଣା କରିଥିଲେ। ଜିଲ୍ଲା ମହିଳା ସଭାପତି ଭାବେ ପୂର୍ବରୁ ଥିବା ରଞ୍ଜନା ପଣ୍ଡ‌ାଙ୍କ ନାମକୁ କାଏମ ରଖାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ରୂପେ ଯୁବନେତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେନାଙ୍କୁ ନିଯୁକ୍ତ କରାଯାଇଥିଲା। ଜିଲ୍ଲା ମହିଳା କମିଟିରେ ୧୩ ଜଣ ଉପସଭାପତି ଓ ୧୨ ଜଣ ସାଧାରଣ ସମ୍ପାଦିକାଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା। ଏଥିସହିତ, ବ୍ଲକ୍‌ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ପୂରା ତାଲିକା ସବୁଆଡ଼େ ଖେଳି ବୁଲୁଥିଲା। ନବ ନିଯୁକ୍ତଙ୍କ ମଧ୍ୟରୁ କେତେଜଣ ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇ ସାରିଥିଲେ। କେହି କେହି ମନୋନୟନ ପତ୍ରକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରି ସମର୍ଥକଙ୍କଠାରୁ ଶୁଭେଚ୍ଛା ଓ ଅଭିନନ୍ଦନ ମଧ୍ୟ ସାଉଁଟିଥିଲେ। ମାତ୍ର, ରାତି ୭ଟା ବେଳକୁ ନୂଆ କର୍ମକର୍ତ୍ତା ମନୋନୟନକୁ ବାତିଲ ଓ ନୂଆ କମିଟିକୁ ପ୍ରତ୍ୟାହାର କରାଯାଇଥିବା ନେଇ ରାଜ୍ୟ ସଭାପତି ଶ୍ରୀମତୀ ଛୁରିଆଙ୍କ ପକ୍ଷରୁ ଆଉ ଏକ ଚିଠି ପହଞ୍ଚିଥିଲା। ଉପରୋକ୍ତ କର୍ମକର୍ତ୍ତାଙ୍କ ଖୁସି ସଙ୍ଗେସଙ୍ଗେ ମିଳେଇ ଯାଇଥିଲା। ଜିଲ୍ଲା ମହିଳା କମିଟିର ନୂଆ କର୍ମକର୍ତ୍ତାଙ୍କ ତାଲିକାକୁ ବାତିଲ କରି ନିଆଯାଇଥିବାବେଳେ ଦାୟିତ୍ବରେ ରହି ଆସିଥିବା ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ପଣ୍ଡା ପଦବିରେ ରହିବେ କି ଯିବେ ତାହା ସ୍ପଷ୍ଟ ହୋଇନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର