ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ବାଇକ୍, ସ୍କୁଟି, ଫ୍ରିଜ୍‌ ଥିଲେ ଘର ମନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶାକୁ ୮.୧୭ଲକ୍ଷ ଘର (ଫନି କ୍ଷତିଗ୍ରସ୍ତଙ୍କୁ ବାଦ୍ ଦେଇ) ମିଳିବ। ଏଥିପାଇଁ ଆଜି ସବୁ ଜିଲ୍ଲାରେ ପଞ୍ଚାୟତସ୍ତରରେ ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ଦୀର୍ଘ ତିନିବର୍ଷ ବ୍ୟବଧାନରେ ପ୍ରକାଶ ପାଇଥିବା ଏହି ତାଲିକାକୁ ନେଇ ପୂରା ଓଡ଼ିଶାରେ ଜୋରଦାର ଚର୍ଚ୍ଚା ଚାଲିଛି। କେଉଁମାନଙ୍କୁ ଆବାସ ଯୋଜନାରେ ସାମିଲ କରାଗଲା, କିଏ ବାଦ୍‌ ପଡ଼ିଲେ ତାହାକୁ ନେଇ ସବୁଠି ଆଜି ଦିନତମାମ ଆଲୋଚନା ଚାଲିଛି। ଯେଉଁମାନଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି, ସେମାନେ ଖୁସିରେ ଗଦ୍‌ଗଦ୍ ହୋଇପଡ଼ିଛନ୍ତି। ଯେଉଁମାନଙ୍କ ନାମ ବାଦ୍‌ ପଡ଼ିଛି ସେମାନଙ୍କ ମୁଣ୍ଡ ଗରମ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଯେଉଁମାନଙ୍କୁ ଘର ମିଳିଛି ସେମାନେ ଯୋଗ୍ୟ ନା ଅଯୋଗ୍ୟ ସେ ନେଇ ସବୁ ଗାଁ, ପଡ଼ାରେ ଘଣ୍ଟାଚକଟା ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, କଣ କଣ ଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବନି? ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ରୁରାଲ୍ ହାଉସିଂ ୱେବସାଇଟ୍‌ରେ ଦିଆଯାଇଥିବା ଲମ୍ବା ତାଲିକାର ଯାଞ୍ଚ ଚାଲିଛି। ଏବଂ ଆବାସ ତାଲିକାରେ ନାମ ଥିବା ବ୍ୟକ୍ତି ଯୋଗ୍ୟ ନା ଅଯୋଗ୍ୟ ସେ ସଂକ୍ରାନ୍ତ ସାନି ତାଲିକା ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି।

ସରକାରୀ ୱେବ୍‌ସାଇଟ୍‌କୁ ନିରେଖି ଦେଖିଲେ ବୁଝାପଡ଼ୁଛି ଯେ ଘର ପଛେ ଝୁମ୍ପୁଡ଼ି ହୋଇଥାଉ, ଯଦି ସଂପୃକ୍ତ ବ୍ୟକ୍ତିଙ୍କର ବାଇକ୍‌/ ସ୍କୁଟି କି ମାଛ ଧରା ଡ଼ଙ୍ଗାଟିଏ ଥିବ, ସେମାନେ ଆବାସ ସହାୟତାରେ ଘର ପାଇପାରିବେ ନାହିଁ। ଫ୍ରିଜ୍ ଥିଲେ ବି ଏହି ସହାୟତା ପାଇଁ ସଂପୃକ୍ତ ହିତାଧିକାରୀ ଅଯୋଗ୍ୟ। ଘରେ ଟିଭି/ଵାସିଂ ମେସିନ୍‌ ଥିଲେ ହିତାଧିକାରୀ ଘର ପାଇବାକୁ ଯୋଗ୍ୟ। ଅଥଚ ଫ୍ରିଜ୍ ଥିଲେ ଅଯୋଗ୍ୟ ହେବେ। ବିଶେଷଜ୍ଞମାନଙ୍କ ଯୁକ୍ତି ହେଉଛି, ହିତାଧିକାରୀଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ଯେଉଁ ସବୁ ସର୍ତ୍ତ ରଖାଯାଇଛି, ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ପରିପନ୍ଥୀ। ଏଇଥିପାଇଁ ଯେ ଗୋଟିଏ ପଟେ ସରକାର ମହିଳାଙ୍କୁ ଉଦ୍ୟୋଗୀ କରିବାର ସ୍ବପ୍ନ ଦେଖାଉଛନ୍ତି; ମହିଳା ଏସ୍‌ଏଚ୍‌ଜିକୁ ସୁଧ ଛାଡ଼ କରୁଛନ୍ତି। ହେଲେ ସଂପୃକ୍ତ ମହିଳା ଯେବେ ତାର ବ୍ୟବସାୟ ବଢ଼ାଇବା ପାଇଁ ଋଣରେ ସ୍କୁଟିଟିଏ କିଣିଛି, ସେ ଘର ପାଇବନି। ତେଣିକି ତା ଘରର ଛାତରେ ସେ ପ୍ରତିଦିନ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଦେଖୁଥାଉ ପଛକେ। ଇଏ କେମିତିକା ନିଷ୍ପତ୍ତି?

ସେହିଭଳି ସରକାର ଡିଜିଟାଲ ଇଣ୍ଡିଆର ନାରା ଦେଉଛନ୍ତି। ଗାଁ ଗାଁରେ ଫାଇବର୍ ବିଛାଯାଉଛି। ଲୋକଙ୍କୁ ଇଣ୍ଟରନେଟ୍ ଓ ଫୋନ୍‌ ବ୍ୟବହାର କରିବାକୁ ଉତ୍ସାହିତ କରୁଛନ୍ତି। କିନ୍ତୁ ଘରକୁ ଯଦି ଲ୍ୟାଣ୍ଡଲାଇନ୍ ଫୋନ୍ ସଂଯୋଗ ଯାଇଥିବ, ତେବେ ଆବାସରେ ଘର ପାଇବା ଆଶା କରିବା ବୃଥା। ସରକାର ନିୟମ କରିଛନ୍ତି ଯିଏ ଯେମିତି ଉପାୟରେ ଆୟ କରୁଥିଲେ ବି ପ୍ରଫେସନାଲ୍ ଟ୍ୟାକ୍ସ ଦେବାକୁ ବାଧ୍ୟ। ଏପରିକି ‌ପାନ ଦୋକାନୀରୁ ଆରମ୍ଭ କରି ତେଜରାତି ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରଫେସନାଲ ଟ୍ୟାକ୍ସ ଦେବେ। ହେଲେ ଥରେ ପ୍ରଫେସନାଲ୍ ଟ୍ୟାକ୍ସ ଦେଇଥିଲେ ଆବାସରେ ଘର ମିଳିବନି। ଯଦି ଜଣେ ବ୍ୟକ୍ତି ମାସକୁ ୧୦ହଜାରରୁ ଅଧିକ ଆୟ କରୁଛନ୍ତି ତେବେ ବି ଘର ମିଳିବନି। ତେଣିକି ଘରେ ୫ଜଣ ସଦସ୍ୟ ଥାନ୍ତୁ କି ୭ଜଣ। ଘର ଛପର ପାଇଁ ଖରାଦିନେ ନଡ଼ା କିଣିବାକୁ ଅର୍ଥ ଥାଉ କି ନଥାଉ। ମାସକୁ ୧୦ହଜାରରୁ ଅଧିକ କରୁଛନ୍ତି ମାନେ ଝୁମ୍ପୁଡ଼ିରେ ଜୀବନ ବିତିଗଲେ କି ପ୍ରତିବର୍ଷ ବାତ୍ୟାରେ ଘର ଭାଙ୍ଗିଲେ ବି ଛାତ ଘର କରିବାକୁ ଆବାସରେ ସହାୟତା ମିଳିବନି।

କେନ୍ଦ୍ର ସର୍ତ୍ତ ଅନୁସାରେ ତାଲିକା ହୋଇଛି: ରାଜ୍ୟ

ଯାହା ଘରେ ତିନି ଚକିଆ ଅଟୋ, ଚାରି ଚକିଆ ଗାଡ଼ି, ତିନିଚକିଆ/ଚାରିଚକିଆ କୃଷି ଯନ୍ତ୍ରାଂଶ, କିଷାନ କ୍ରେଡିଟ୍ କାର୍ଡରେ ୫୦ହଜାର ଟଙ୍କାର କ୍ରେଡିଟ୍ ଲିମିଟ୍, ପରିବାରର ଜଣେ ସଦସ୍ୟ ସରକାରୀ ଚାକିରିଆ, ସରକାରଙ୍କ ପାଖରେ ଅଣକୃଷି ଉଦ୍ୟୋଗୀ ଭାବେ ସରକାରଙ୍କ ପାଖରେ ପଞ୍ଜୀକୃତ ହୋଇଥିବେ, ଆୟକର ଦେଉଥିବେ, ଅଢେଇ ଏକର ବା ଏହାଠାରୁ ଅଧିକ ଜଳସେଚିତ ଜମି ଥିବ ବା ଜଳସେଚନ ପା‌ଇଁ ଯନ୍ତ୍ରାଂଶ ଥିବ କିମ୍ବା ଦୁଇ ବା ଅଧିକ ଫସଲ ଋତୁରେ ୫ଏକରରୁ ଅଧିକ ଜଳସେଚିତ ଜମି ରଖିଥିବେ, ୭.୫ଏକରରୁ ଅଧିକ ଜମିର ମାଲିକ ହୋଇଥିବେ ଏବଂ ଜଳସେଚନ ଯନ୍ତ୍ରାଂଶ ଥିବ, ସେମାନଙ୍କୁ ଘର ମିଳିବନି। ରାଜନେତାଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରି ଘର ଖଣ୍ଡେ ପାଇବାକୁ ବର୍ଷ ବର୍ଷ ଧରି ହିତାଧିକାରୀ ଅପେକ୍ଷା କରିଥିଲେ। ଏବେ କିନ୍ତୁ ସେହି ଯୋଗ୍ୟ ହିତାଧିକାରୀଙ୍କୁ କିଭଳି ଅଯୋଗ୍ୟ କରାଯିବ, ସେ ନେଇ ଏତେ ସର୍ତ୍ତ ଖଞ୍ଜାଯାଇଛି ଯେ ତାଲିକା ଦେଖି ସମସ୍ତଙ୍କ ଅକଲ ଗୁଡ଼ୁମ୍‌। ରାଜନୈତିକ ଦଳମାନେ ଏସବୁକୁ ପ୍ରସଙ୍ଗ ନ କରି ଘରେ କାହାର ଲୋଗୋ ଲାଗିବ, କିଏ ଶ୍ରେୟ ନେବ ସେ ନେଇ ବୟାନବାଜି ଆରମ୍ଭ କରିଦେବା ଘଟଣାକୁ ଗାଁ ଗଣ୍ଡାରେ ନାପସନ୍ଦ କରାଯାଉଛି।

ଏ ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ କେନ୍ଦ୍ର ସରକାର ଯାହା ସର୍ତ୍ତ ରଖିଛନ୍ତି ତାହାକୁ ଆମେ ପାଳନ କରୁଛୁ। ଯେଉଁ ଅଯୋଗ୍ୟ ତାଲିକା ଅନୁଯାୟୀ ଜଣଙ୍କୁ ଆବାସ ସହାୟତା ମିଳିବନି ବୋଲି କୁହାଯାଇଛି ତାହାକୁ ଆମେ ନଜରରେ ରଖି ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରିଛୁ। ଯଦି କିଛି ଅଭିଯୋଗ ଥିବ ଲୋକ ଜଣାଇ ପାରିବେ। ଆମେ ଫେବ୍ରୁଆରି ମାସରେ ହିଁ ଚୂଡ଼ାନ୍ତ ତାଲିକା କେନ୍ଦ୍ରକୁ ପଠାଇବୁ। ଯଦି ଅଭିଯୋଗ ଅଧିକ ହେଲା ତେବେ କିଛି ଦିନ ବିଳମ୍ବ ହୋଇପାରେ। ଏବେ ‌ସଂପୂର୍ଣ୍ଣ ୮.୧୭ଲକ୍ଷ ଘର ପାଇଁ ତାଲିକା ପ୍ରକାଶ ପାଇନି। ଆଉ ୩ରୁ ୪ହଜାର ପରିବାରଙ୍କର ଜିଓ ଟ୍ୟାଗିଂ ହୋଇନଥିବାରୁ ସେମାନଙ୍କ ନାମ ତାଲିକା ଏଥିରେ ନାହିଁ। ସମ୍ଭାବ୍ୟ ତାଲିକାରୁ କିଛି ବାଦ୍‌ ପଡ଼ିବେ ଏବଂ କିଛି ନାମ ସଂଯୋଗ ହେବ। ସବୁକୁ ଗ୍ରାମସଭାରେ ଅନୁମୋଦନ କରି ଆମେ କେନ୍ଦ୍ରକୁ ପଠାଇବୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।