ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ଗୋପାଳ ପିନ୍ଧିଥିବା ଟି-ସାର୍ଟ, ହତ୍ୟାକାଣ୍ଡ କାରଣ କହୁଛି କି ‘ମେଗା ଡେଥ୍‌’?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଝାରସୁଗୁଡ଼ା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇଛି। କିନ୍ତୁ ହତ୍ୟା ପଛର କାରଣ ଏବେ ବି ଅସମାହିତ ହୋଇ ରହିଯାଇଛି। ଏହାରି ଭିତରେ ନାର୍କୋ ଟେଷ୍ଟରୁ ଫେରିବା ସମୟରେ ଗୋପାଳ ପିନ୍ଧିଥିବା ଟି-ସାର୍ଟ ହତ୍ୟା ପଛର କାହାଣୀ ଦିଗରେ ସୂଚନା ପ୍ରଦାନ କରୁଛି କି ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଗତକାଲି ଗୋପାଳ ପିନ୍ଧିଥିବା ଟି-ସାର୍ଟରେ ‘ମେଗା ଡେଥ୍‌’ ବୋଲି ଉଲ୍ଲେଖ ରହିଥିବା ବେଳେ ଏଥିରେ ଏକ ମନ୍‌ଷ୍ଟର ବା ରାକ୍ଷସର ଛବି ରହିଥିବା ଦେଖିବାକୁ ମିଳିଥିଲା।

‘ମେଗା ଡେଥ୍‌’ ହେଉଛି ଏକ ଆମେରିକୀୟ ବ୍ୟାଣ୍ଡ। ଏହି ବ୍ୟାଣ୍ଡ ପକ୍ଷରୁ ଚର୍ଚ୍ଚିତ ପୁସ୍ତକ ‘ମଷ୍ଟ ହିଅର ବିଫୋର ୟୁ ଡାଏ’ ଆଧାରରେ ପ୍ରସ୍ତୁତ କରାଯାଇଥିବା ଏକ ଆଲ୍‌ବମ୍‌ ‘ରଷ୍ଟ ଇନ୍‌ ପିସ୍‌’ ୨୪ ସେପ୍ଟେମ୍ବର ୧୯୯୦ ମସିହାରେ ରିଲିଜ୍‌ ହୋଇଥିଲା। ଯାହାର କଭର ଫଟୋ ଗତକାଲି ଗୋପାଳ ପିନ୍ଧିଥିବା ଟି-ସାର୍ଟରେ ଦେଖିବାକୁ ମିଳିଥିଲା। ଏହି ଆଲବମ୍‌ରେ ହତ୍ୟା, ସୁପାରି କିଲିଂ, ଡ୍ରଗ୍ସ ଆଦି ସମ୍ପର୍କରେ ଅବତାରଣ କରାଯାଇଛି। ତେବେ ହଠାତ୍‌ ଅଭିଯୁକ୍ତ ଗୋପାଳ ଏଭଳି ଏକ ଟି-ସାର୍ଟ ପିନ୍ଧିବା ପ‌ଛରେ ନବ ଦାସ ହତ୍ୟାକାଣ୍ଡ ଓ ‘ମେଗା ଡେଥ୍‌’ ବ୍ୟାଣ୍ଡର କୌଣସି କାହାଣୀର ଲିଙ୍କ୍‌ ରହିଛି କି ବୋଲି ଚର୍ଚ୍ଚା ହେଉଛି। ସେପଟେ ଗୋପାଳ ନିଜେ ଉକ୍ତ ସାର୍ଟ ପିନ୍ଧିଥିଲା ତା କ୍ରାଇମ୍‌ବ୍ରାଞ୍ଚ ତାକୁ ଉକ୍ତ ଟି-ସାର୍ଟ ପିନ୍ଧାଇ ହତ୍ୟାର କାରଣ ସମ୍ପର୍କରେ ପରୋକ୍ଷରେ ଲିଙ୍କ୍‌ ଦେଇଛି ତାକୁ ନେଇ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ନାର୍କୋ ଟେଷ୍ଟ ପାଇଁ ଗୁଜରାଟ ନିଆଯିବା ବେଳେ ବିମାନ ବନ୍ଦର ପରିସରରେ ଗୋପାଳର ରହସ୍ୟଜନକ ହସ ଚର୍ଚ୍ଚା ସୃଷ୍ଟି କରିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।