ଅପରାଧ ରାଜ୍ୟ

ଚର୍ଚ୍ଚାରେ ଆଖିବୁଜା ଗୁଳିମାଡ, ୫୦ ମୃତ

ଅବୁଜା (ନାଇଜେରିଆ),୦୬/୦୬: ଆଫ୍ରିକୀୟ ଦେଶ ନାଇଜେରିଆରେ ରବିବାର ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍‌ସିସ୍‌ କ୍ୟାଥୋଲିକ୍‌ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ । ଏହାପରେ ବିସ୍ଫୋରଣ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ପିଲା ରହିଥିବା ଜଣାପଡ଼ିଛି ।

ଘଟଣା ପରେ ଟ୍ୱିଟ୍‌ କରି ଓଣ୍ଡୋ ଗଭର୍ଣ୍ଣର ରୋତିମି ଆକେରେଡୋଲୁ କହିଛନ୍ତି, ଘଟଣାରେ ଆମେ ଅତ୍ୟନ୍ତ ମର୍ମାହତ । ଶାନ୍ତି ଓ ସୌହାର୍ଦ୍ଦ୍ୟ ଉପରେ ଆକ୍ରମଣ ହୋଇଛି । ଅନ୍ୟପକ୍ଷରେ ଗୁଳିକାଣ୍ଡ ଯୋଗୁ ପ୍ରକୃତରେ କେତେ ପ୍ରାଣ ହରାଇଛନ୍ତି, ସେ ବାବଦରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ୫୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।