ରାଜ୍ୟ

‘ଚନ୍ଦ୍ରଯାନ-୩ ଟିମ୍‌ରେ ଡେରାବିଶର ଶୁଭାଶିଷ

ଚାନ୍ଦୋଳ : ‘ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଶୁଭାଶିଷ ସାମଲ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ମୁକୁନ୍ଦପୁର ଗ୍ରାମରେ। ଶୁଭାଶିଷ (୨୮) ଦୋହଳିସ୍ଥିତ ବିବି ମଡେଲ୍‌ ହାଇସ୍କୁଲରୁ ୨୦୦୯ରେ ମାଟ୍ରିକ ପାସ୍‌ କରିଥିଲେ। ଜଣେ ଟେକ୍‌ନିସିଆନ୍ ହେବା ଲକ୍ଷ୍ୟରେ ପ୍ରଥମେ ୩ ବର୍ଷ ଆଇଟିଆଇ ପଢିବା ପରେ ସିଟିଟିସିରେ ତିନି ବର୍ଷ ପଢିଥିଲେ। ପରେ ଇସ୍ରୋରେ ନିଯୁକ୍ତି ପାଇବାରେ ସଫଳ ହୋଇଥିଲେ। ୨୦୧୮ ମସିହାରୁ ସେ ଇସ୍ରୋରେ କାର୍ଯ୍ୟରତ ଅଛନ୍ତି।

ଗତକାଲି ଚନ୍ଦ୍ରପୃଷ୍ଠକୁ ଉତ୍‌କ୍ଷେପଣ ହୋଇଥିବା ଏଲ୍‌ଭିଏମ୍-୩ ଫ୍ୟାଟ୍‌ବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍‌ନିସିଆନ୍ ଟିମ୍‌ରେ ସେ ସାମିଲ ହୋଇଥିଲେ। ଚନ୍ଦ୍ରାୟନର ସଫଳ ଉତ୍‌କ୍ଷେପଣ ଓ ଏହାର ନିର୍ମାଣ ଟିମ୍‌ରେ ଶୁଭାଶିଷଙ୍କ ଯୋଗଦାନ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ। ଚାନ୍ଦୋଳ ବଜାରରେ ତାଙ୍କର ପୂଜା ସାମଗ୍ରୀ ଦୋକାନ ରହିଛି। ମା ନିର୍ମଳା ନାୟକ ଜଣେ ଗୃହିଣୀ। ଶୁଭାଶିଷ ଅବିବାହିତ ଥିବା ବେଳେ ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।