ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଚନ୍ଦ୍ରଯାନ-୩’ର ସଫଳ ଅବତରଣ ନେଇ ଇସ୍ରୋ ଟିମ୍ ଆଶାବାଦୀ: ସୁଧୀର କୁମାର

ସମ୍ବଲପୁର: ଆସନ୍ତା ୨୩ ତାରିଖ ଅପରାହ୍‌ଣ ୫ଟା ୩୭ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ଲକ୍ଷ୍ୟ ରଖାଯାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‌ଯୋଗଦେବା ପାଇଁ ଆସିଥିବା ଇସ୍ରୋ ମୁଖ୍ୟାଳୟର ସିବିପିଓ ନିର୍ଦ୍ଦେଶକ ସୁଧୀର କୁମାର.ଏନ୍‌ ଏହି ଆଶା ପୋଷଣ କରିଛନ୍ତି।

ସୁଧୀର କୁମାର.ଏନ୍‌ଙ୍କ ସୂଚନା ହେଲା ଚନ୍ଦ୍ରଯାନ-୨ର କିଛି ଯାନ୍ତ୍ରିକ ସମସ୍ୟା ଯୋଗୁ ତାହା ସଫଳ ହୋଇପାରିନଥିଲା। ହେଲେ ଚନ୍ଦ୍ରଯାନ-୩ରେ ନୂଆ ବୈଷୟିକ ଜ୍ଞାନକୌଶଳ ବଳରେ ପୂର୍ବରୁ ଥିବା ତ୍ରୁଟିରେ ସୁଧାର ଅଣାଯାଇଛି। ଯେହେତୁ ପୂର୍ବ ତୁଳନାରେ ଏଥର ଜ୍ଞାନକୌଶଳରେ ଅଧିକ ଉନ୍ନତି ଅଣାଯାଇଛି, ଚନ୍ଦ୍ରଯାନ-୩ ନିଶ୍ଚିତ ଭାବେ ସଫଳ ହେବ।

ଭିସୁଟ୍ର ‘ସ୍ପେସ୍‌ ଇନୋଭେସନ୍ ଓ ଇନ୍‌କ୍ୟୁବେସନ୍’ ସେଣ୍ଟର୍ ଦ୍ୱାରା ଇସ୍ରୋର ମିଳିତ ସହଯୋଗରେ ଆଜି ବିଜୁ ପଟ୍ଟନାୟକ ଇ-ଲର୍ନିଂ ସେଣ୍ଟରରେ ‘ରକେଟ୍ରି, ମହାକାଶ କାର୍ଯ୍ୟକ୍ରମ ଏବଂ କୃଷି ଓ ସର୍ଭିଲାନ୍ସ ଡ୍ରୋନ’ର ପ୍ରଦର୍ଶନ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଇସ୍ରୋର ସିବିପିଓ ନିର୍ଦ୍ଦେଶକ ସୁଧୀର କୁମାର.ଏନ୍‌, ଉପନିର୍ଦ୍ଦେଶକ ନିଶାନ୍ତ କୁମାର ଯୋଗଦେଇ ଭିସୁଟ୍‌କୁ ସବୁ ପ୍ରକାର ସହଯୋଗ କରିବା ପ୍ରସ୍ତୁତ ଥିବା କହିଛନ୍ତି। ପ୍ରକଳ୍ପ ପରାମର୍ଶଦାତା ଡ. ଏମ୍ଆର୍‌କେ ମେନନ, ଅବସରପ୍ରାପ୍ତ ଏୟାର ଭାଇସ୍ ମାର୍ଶାଲ ସୁରେଶ ସିଂହ ମଧ୍ୟ ଯୋଗ ଦେଇ ଭିସୁଟ୍‌ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଭିସୁଟ୍ କୁଳପତି ଡ. ବଂଶୀଧର ମାଝୀ ଓ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଇଲେକ୍ଟ୍ରୋନିକ୍ସ ଓ ଟେଲି ଯୋଗାଯୋଗ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ. ହରୀଶ କୁମାର ସାହୁ ଏଥିରେ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।