ଖେଳ ଦେଶ ବିଦେଶ ମନୋରଞ୍ଜନ

ଚନ୍ଦ୍ରଭାଗାରେ ‘ବେଳାଭୂମି ଫୁଟ୍‌ବଲ୍‌’ ଉତ୍ସବ

କୋଣାର୍କ: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ସୋମବାର ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ବେଳାଭୂମି ଫୁଟ୍‌ବଲ୍‌ ଉତ୍ସବ ୨୦୨୧। ଏହି ଉତ୍ସବରେ ୧୦ଟି ଫୁଟ୍‌ବଲ୍‌ ଦଳ ଅଂଶଗ୍ରହଣ କରିଛନ୍ତି। ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଏହି ଦୁଇଦିନିଆ ଉତ୍ସବର ଉଦଘାଟନ କରାଯାଇଛି। ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ମହିଳା ଫୁଟ୍‌ବଲର ରଂଜିତା ମହାନ୍ତି, ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ସିଆଇଆଇର ପୂର୍ବ ଓ ଉତ୍ତରପୂର୍ବ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ସୈକତ ରାୟ ଚୌଧୁରୀ, ସିଅଆଇଆଇ, ଓଡ଼ିଶା ଫୁଟ୍‌ବଲ୍‌ ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ ମଲ୍ଲିକ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରିଣୀ ନୀଳିମା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଉତ୍ସବକୁ ପରିଚାଳନା କରିଥିଲେ। ଓଡ଼ିଶା ଏଫ୍‌ସି ଏହି ପ୍ରତିଯୋଗିତାର ବୈଷୟିକ ‌ସହଯୋଗୀ ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ