ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଚନ୍ଦ୍ରପୃଷ୍ଠରେ ଜାଗା କିଣିଲେ ସ୍ବାମୀ, ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ଦେଲେ ଉପହାର

ଜୟପୁର ୨୭।୧୨: ପ୍ରେମରେ ପଡିଲେ ଅଧିକାଂଶ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଚାନ୍ଦ-ତାରା ତୋଳି ଆଣି ଦେବାକୁ କହିଥାନ୍ତି । ହେଲେ ଏମିତି ବହୁତ କମ୍ ଲୋକ ଅଛନ୍ତି ଯିଏ ଏହାକୁ ସତରେ କରି ଦେଖାନ୍ତି । ସେମାନଙ୍କ ମଧ୍ୟରୁ ରାଜସ୍ଥାନ ଆଜମେରରେ ଧର୍ମେନ୍ଦ୍ର ଆନିଜା ହେଉଛନ୍ତି ଜଣେ । ଧର୍ମେନ୍ଦ୍ର ତାଙ୍କ ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ଚାନ୍ଦ ତ ଆଣି ଦେଇପାରିନାହାନ୍ତି ବରଂ ଚନ୍ଦ୍ରପୃଷ୍ଠରେ ୩ ଏକର ଜାଗା କିଣି ଉପହାର ସ୍ବରୂପ ଦେଇଛନ୍ତି । ବିବାହ ବାର୍ଷିକୀରେ ସ୍ତ୍ରୀ ସ୍ବପ୍ନା ଆନିଜାଙ୍କ ପାଇଁ କିଛି ଖାସ୍ କରିବାକୁ ସେ ମନ ବଳାଇଥିଲେ । ଏହାକୁ ସତରେ କରିବାକୁ ଯାଇ ସେ ତାଙ୍କ ପାଇଁ ଚନ୍ଦ୍ରପୃଷ୍ଠରେ ଜାଗା କିଣିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ୨୪ ଡିସେମ୍ବରରେ ତାଙ୍କ ବିବାହ ବାର୍ଷିକୀ ଥିଲା । ସେ ତାଙ୍କ ସ୍ତ୍ରୀଙ୍କ ପାଇଁ କିଛି ଖାସ୍ କରିବାକୁ ଚାହୁଁଥିଲେ । ପ୍ରାୟ ସମସ୍ତେ କାର୍, ଗହଣା ଭଳି ଉପହାର ସ୍ତ୍ରୀମାନଙ୍କୁ ଦେଇଥାନ୍ତି । ମାତ୍ର ସେ କିଛି ଭିନ୍ନ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ଚନ୍ଦ୍ରପୃଷ୍ଠରେ ଜାଗା କିଣିଦେଇଛନ୍ତି । ଧର୍ମେନ୍ଦ୍ର ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ ମାଧ୍ୟମରେ ଚନ୍ଦ୍ରପୃଷ୍ଠରେ ଜାଗା କିଣିଛନ୍ତି । ଜାଗା କିଣିବାର ସମସ୍ତ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ବର୍ଷେ ସମୟ ଲାଗିଥିଲା ।

ଧର୍ମେନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ବହୁତ ଖୁସି ଅଛି । ମୋତେ ଲାଗୁଛି ମୁଁ ରାଜସ୍ଥାନର ପ୍ରଥମ ବ୍ୟକ୍ତି ଯିଏକି ଚନ୍ଦ୍ରପୃଷ୍ଠରେ ଜାଗା କିଣିଛି ।’ ତାଙ୍କ ପତ୍ନୀ ସ୍ବପ୍ନା କହିଥିଲେ ଯେ, ତାଙ୍କୁ ଏଭଳି କିଛି ଉପହାର ମିଳିବ ବୋଲି ସେ କେବେ ଭାବିନଥିଲେ । ସେ କହିଥିଲେ, ‘ମୁଁ ବହୁତ ଖୁସି । ଆଶା କରିନଥିଲି ସେ ମୋତେ ଏଭଳି କିଛି ଉପହାର ଦେବେ ।’

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ