କଳା ଓ ସଂସ୍କୃତି ରାଜ୍ୟ

ଚନ୍ଦନ ଯାତ୍ରା ଉତ୍ସବ ପାଳିତ ହୋଇଯାଇଛି

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କାମ୍ବାରାହା ଠାରେ ଦିର୍ଘ ବର୍ଷ ରୁ ବୈଶାଖ ମାସ ଚନ୍ଦନ ଓ ବୁଦ୍ଧ ପୁର୍ଣିମା ସୋମବାର ଦିନ ଶ୍ରୀ ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଳିନ ହୋଇ ଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ । ତାଙ୍କ ଠାରୁ ସବୁ ଅବତାର ଆବିର୍ଭୁତ ହୋଇ ଯୁଗେ ଯୁଗେ ବିବିଧ ଲୀଳା ମାନ ବିସ୍ତାର କରି ପୁନଶ୍ଚ ତାଙ୍କରୀ ଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣ ରେ ଉଲ୍ଲେଖ ରହିଛି । ସେହି ସଂସ୍କୃତି ରେ ପ୍ରତିବର୍ଷ ଶୁକ୍ଳ ଚତୁର୍ଥୀରେ ଗାନିଙ୍ଗିଆ,କାମ୍ବାରାହା ଠାରେ ଶ୍ରୀ ନୃସିଂହ ଙ୍କ ଜନ୍ମ ଦିନ ଅବସରରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ସର୍ବଶ୍ରୀ ସନାତନ ବାବା ଙ୍କ ଶିଷ୍ୟ ବୃନ୍ଦ ଏବଂ ଗ୍ରାମବାସୀଙ୍କ ତରଫରୁ ଚନ୍ଦନ ଯାତ୍ରା ଅନୁଷ୍ଠିତ । ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ବନ୍ଦ ରହିଥିବା ବେଳେ ଏ ବର୍ଷ କୋରନା କଟକଣା ମାନି ଶାନ୍ତି ଶୃଙ୍ଖଳା ରକ୍ଷା କରି ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଆରମ୍ଭ ୧୬,୦୬,୨୦୨୨ ରିଖ ସୋମବାର ହୋମ କାର୍ଯ୍ୟକ୍ରମ ରହିଥିବା ବେଳେ ୧,୩୦ ମିନିଟ୍ ସମୟରେ ଚନ୍ଦନ ସ୍କାନ ସହ କଳସୀ ଯାତ୍ରା ଶୁଭାରମ୍ଭ ହୋଇଥାଏ । ସନ୍ଧ୍ୟା ସମୟରେ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ରହିଥିବା ବେଳେ ୧୭ ତାରିଖ ମୋନରଞନ କାର୍ଯ୍ୟକ୍ରମ ସକାଳ ୮ ସମୟରେ ଘୁଢୁକି ନାଚ କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ତିନିଟା ସମୟରେ ପୈରାଣିକ ନାଟକ ରାମାୟଣ ଅନୁଷ୍ଠିତ ହେବ । ଦିର୍ଘ ୫୨ ବର୍ଷ ହେବ ଏହି ଚନ୍ଦନଯାତ୍ରା ଗାନିଙ୍ଗିଆ , କାମ୍ବାରାହା ଠାରେ ଅନୁଷ୍ଠିତ ହୋଇ ଆସୁଅଛି । ଚନ୍ଦନ ଯାତ୍ରା ପୁରୋହିତ ଯତି ନନ୍ଦ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରିଥିଲେ , କମିଟି ସଭାପତି ଶ୍ରୀ ବହେ କହଁର, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର କହଁର, ଭୃଙ୍ଗିଯୋଡି ସରପଞ୍ଚ ଏସିଆ କହଁର ସମେତ କାମ୍ବାରାହା ଗ୍ରାମ ବାସୀ ଏହି ଚନ୍ଦନଯାତ୍ରା କରିଆସୁଛନ୍ତି । ଏଥିରେ ଚନ୍ଦନଯାତ୍ରା ନୀତିକାନ୍ତି ସହ ଜଡିତ ସମସ୍ତ ଗ୍ରାମ ବାସୀ ସହଯୋଗ କରିଛନ୍ତି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,