ରାଜ୍ୟ ସ୍ପେଶାଲ ରିପୋର୍ଟ

ଚନ୍ଦନେଶ୍ବର ଚଡ଼କ ମେଳାର ତୃତୀୟ ଅର୍ଘ୍ୟ: ସଂପନ୍ନ ହେଲା ଶିବ-କାମିନାଙ୍କ ବିବାହ

ଭୋଗରାଇ/ଚନ୍ଦନେଶ୍ୱର: ବିଶ୍ବପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳାର ଆଜି ଏକାଦଶତମ ଦିନରେ ମହାଦେବଙ୍କୁ ତୃତୀୟ ଅର୍ଘ୍ୟ ଅର୍ପଣ କରିଛନ୍ତି ଲକ୍ଷାଧିକ ଭକ୍ତ। ଏହାସହିତ ମହାଆଡ଼ମ୍ବରରେ ସଂପନ୍ନ ହୋଇଛି ମହାଦେବ ଓ କାମିନାଙ୍କ ବିବାହ ଉତ୍ସବ। ବୁଧବାର ସକାଳେ ନିର୍ଦ୍ଧାରିତ ନୀତିକାନ୍ତି ପରେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକିଡ଼ି ନିରଞ୍ଜନ ଲେଙ୍କା, ଦେଉଳିଆ ଅଜିତ କୁମାର ପାତ୍ର, ମୌରସୀ ତପନ କୁମାର ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡାଙ୍କ ସହ ସମସ୍ତ ସେବାୟତ ଓ ୧୩ ଜଣ ମୁଖ୍ୟ ଉପବୀତଧାରୀ ମହାଦେବଙ୍କ ଚଳନ୍ତି ବିଗ୍ରହ ଘଟ ପୂଜାର୍ଚ୍ଚନା କରିଥିଲେ। ପରେ ସେମାନେ ଏକ ବିରାଟ ଶୋଭାଯାତ୍ରାରେ ଘଟକୁ ନେଇ ଭଟ୍ଟପୁର ଗ୍ରାମରେ ଥିବା କାମିନାଙ୍କ ବାପଘର ତଥା ମନ୍ଦିର ମାଳାକାର ଗଣେଶ ପଣ୍ଡିତଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପାରମ୍ପରିକ ପୂଜାରୀତି ପରେ ଶିବଙ୍କ ବିଗ୍ରହ ଘଟ ସହ କମିନାଙ୍କ ଘଟକୁ ପୋଡ଼ା ବାଉଁଶ ଦ୍ବାରା ପ୍ରସ୍ତୁତ ପାଲିଙ୍କିରେ ମନ୍ଦିର ଯାଏ ଅଣାଯାଇଥିଲା। ଏହିସମୟରେ ବାଜା, ବାଣ, ବିଭିନ୍ନ ବାଦ୍ୟଯନ୍ତ୍ର, ଶଙ୍ଖ ଓ ହର ହର ମହାଦେବ ଧ୍ବନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଦାନବ, ଭୂତପ୍ରେତ ଓ କିନ୍ନର ବେଶଧାରୀ ଭକ୍ତଙ୍କ ନୃତ୍ୟ ମଧ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଉଭୟ ଘଟ ମନ୍ଦିରରେ ପହଞ୍ଚିବା ପରେ ବେଦମନ୍ତ୍ର ଉଚ୍ଚାରଣରେ ଶିବ ଓ କାମିନାଙ୍କ ରୁଦ୍ଧଦ୍ୱାର ବିବାହ ସମ୍ପନ୍ନ ହୋଇଥିଲା। ପ୍ରଭୁ ଚନ୍ଦନେଶ୍ବରଙ୍କ ଏହି ମାନବୀୟ ଲୀଳା ଦର୍ଶନ ପାଇଁ ୭୦ ହଜାରରୁ ଅଧିକ ଉପବୀତଧାରୀଙ୍କ ସହ ୩ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଠାକୁରଙ୍କ ମହାନୀଳପର୍ବ ପାଳନ ହେବ। ଏଥିପାଇଁ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

କିମ୍ବଦନ୍ତ ଅନୁସାରେ, କାମିନା ଜଣେ ରାକ୍ଷସୀ କନ୍ୟା। ସେ କଠିନ ତପସ୍ୟା କରି ପ୍ରଭୁ ଚନ୍ଦନେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ ଓ ତାଙ୍କୁ ସ୍ୱାମୀ ଭାବେ ପାଇବା ପାଇଁ ବରପ୍ରାପ୍ତ ହୋଇଥିଲେ। ତେଣୁ ପ୍ରଭୁ ଚନ୍ଦନେଶ୍ୱର ପ୍ରାଣପ୍ରିୟା ପାର୍ବତୀଙ୍କ ଅଗୋଚରରେ କାମିନାଙ୍କୁ ବିବାହ କରିଥିଲେ। ତେବେ ଏହି ବିବାହ ହିନ୍ଦୁ ଶାସ୍ତ୍ରର ପରିପନ୍ଥୀ। ଚନ୍ଦନେଶ୍ବର ଯେଉଁ ଚୈତ୍ର ମାସରେ କାମିନାଙ୍କୁ ବିବାହ କରିଥିଲେ, ସେହି ମାସରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୁଏନାହିଁ। ତେବେ ଉକ୍ତ ପରମ୍ପରା ପଛରେ ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ରହିଛି। ତାହା ହେଲା; ମଣିଷ ନିଜ ଭିତରେ ଥିବା କାମନା ବାସନାକୁ ତ୍ୟାଗ କରିପାରିଲେ ଈଶ୍ବରପ୍ରାପ୍ତି ସମ୍ଭବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।