ଅପରାଧ ଦେଶ ବିଦେଶ

ଚତୁର୍ଥ ମାସରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ମାରିୟୁପୋଲ୍‌ରୁ ମିଳିଲା ୨୦୦ ମୃତଦେହ

କିବ୍‌: ୟୁ‌କ୍ରେନ୍‌ ଯୁଦ୍ଧ ଚତୁର୍ଥ ମାସରେ ପ୍ରବେଶ କରିଛି । ଫେବ୍ରୁଆରି ୨୪ରେ ରୁଷ୍‌ ୟୁକ୍ରେନ୍‌ରେ ଯୁଦ୍ଧ ଆରମ୍ଭ କରିଥିଲା। ଯୁଦ୍ଧ ପାଇଁ ୟୁକ୍ରେନ୍‌ର ପ୍ରମୁଖ ଅଞ୍ଚଳ ଛାରଖାର ହୋଇଯାଇଛି। ୟୁକ୍ରେନରେ ବଡ଼ଧରଣର ମାନବୀୟ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଲକ୍ଷାଧିକ ଲୋକ ବାସହରା ହୋଇ ରାସ୍ତାକଡ଼ ଶିବିରରେ ଆଶ୍ରୟ ନେଇଛନ୍ତି। ଲୁହାଂନସ୍କ ଦଖଲ କରିବାପାଇଁ ରୁଷ୍‌ ୧୨୫,୦୦୦ରୁ ଅଧିକ ସୈନିକଙ୍କୁ ନିୟୋଜିତ କରିଛି। ରୁଷ୍‌ ଦିନକୁ ଦିନ ଏହାର ଆକ୍ରମଣକୁ ଜୋରଦାର କରୁଥିବା ବେଳେ ମାରିୟୁପୋଲ୍‌ରେ ଆଜି ୨୦୦ରୁ ଅଧିକ ମୃତଦେହ ମିଳିଛି। ଭୁଶୁଡ଼ି ପଡ଼ିଥିବା ଏକ ଆପାର୍ଟମେଣ୍ଟ୍‌ର ବେସମେଣ୍ଟ୍‌ରୁ ମୃତଦେହଗୁଡ଼ିକୁ ରେଡ୍‌କ୍ରସ ଟିମ୍‌ ଉଦ୍ଧାର କରିଛି। ମାରିୟୁପୋଲ୍‌କୁ ରୁଷ୍‌ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବେଳେ ଏଠାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି। ଗତ ସପ୍ତାହରେ ଦେସନାରେ ହୋଇଥିବା ଆକ୍ରମଣ ସବୁଠାରୁ ଭୟଙ୍କର ଥିବା କୁହାଯାଉଛି। ଦେସନାରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୮୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଶତାଧିକ ଆହତ ହୋଇଥିଲେ। ରୁଷ୍‌ ଏବେ ଶିଳ୍ପ ସମୃଦ୍ଧ ଡୋନବାସ୍‌ ଉପରେ ଫୋକସ୍‌ କରିଛି। ସିଭିରୋଡୋନେସ୍କକୁ ଦଖଲ କରିବାପାଇଁ ରୁଷ୍‌ ଏବେ ଜୋରଦାର ଆକ୍ରମଣ ଜାରି ରଖିଛି। ଡୋନବାସ୍‌ ଏବଂ ଲୁହାଂସ୍କର ଏହି ଗୋଟିଏ ମାତ୍ର ଅଞ୍ଚଳ ଏବେ ୟୁକ୍ରେନ୍ ସରକାରର ନିୟନ୍ତ୍ରଣରେ ରହିଛି। ରୁଷ୍‌ ଏହି ଅଂଚଳକୁ ପୂର୍ଣ୍ଣ ସ୍ବାଧୀନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ