ଦେଶ ବିଦେଶ ମନୋରଞ୍ଜନ

ଘୋଷଣା ହେଲା ‘ପୁଲିଜର ପୁରସ୍କାର’ : ଦାନିଶ ସିଦ୍ଦିକୀଙ୍କୁ ମରଣୋତ୍ତର ଭାବେ ମିଳିଲା ସମ୍ମାନ

ନୂଆଦିଲ୍ଲୀ, ୧୦/୦୫: ସାମ୍ବାଦିକତା, ପୁସ୍ତକ ରଚନା ଓ ଡ୍ରାମା କ୍ଷେତ୍ରରେ ସୋମବାର ସମ୍ମାନଜନକ ପୁଲିଜର ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ପୁରସ୍କାର ବିଜେତାଙ୍କ ମଧ୍ୟରେ ଓ୍ୱାଶିଂଟନ ପୋଷ୍ଟ ସହ ଭାରତୀୟ ସାମ୍ବାଦିକ ଅଦନାନ ଆବିଦ୍ଦୀ, ସନା ଇରସାଦ ମଟ୍ଟୁ, ଅଣିତ ଦବେ ଅଛନ୍ତି । ତେବେ ରୟଟର୍ସର ସାମ୍ବାଦିକ ସ୍ୱର୍ଗତ ଦାନିଶ ସିଦ୍ଦିକୀଙ୍କୁ ଏହି ପୁରସ୍କାର ମରଣୋତ୍ତର ଭାବେ ମିଳିଛି । ସେ ତାଲିବାନ ଓ ଆଫଗାନିସ୍ତାନ ସେନା ମଧ୍ୟରେ ଚାଲିଥିବା ସଙ୍ଘର୍ଷରେ ପ୍ରାଣ ହରାଇଥିଲେ ।

ପୁରା ତାଲିକା

ବିଜେତା– ଓ୍ୱାଶିଂଟନ ପୋଷ୍ଟ, (କ୍ୟାପିଟାଲ ହିଲ୍ ଉପରେ ଆକ୍ରମଣ ଘଟଣା)

ବ୍ରେକିଂ ନ୍ୟୁଜ୍ ରିପୋର୍ଟିଂ– ମିୟାମି ହେରାଲ୍ଡ କର୍ମଚାରୀ,

ଅନୁସନ୍ଧାନମୂଳକ ରିପୋର୍ଟିଂ– ରେବେକା ବୁଲିଂଟନର କୋରୀ ଜି ଜନସନ୍ ଓ ଟେମ୍ପା ଓ୍ୱେ ଟାଇମ୍ସର ଏଲି ମେରୀ

ବ୍ୟାଖ୍ୟାତ୍ମକ ରିପୋର୍ଟିଂ-କ୍ୱାଣ୍ଟା ପତ୍ରିକାର କର୍ମଚାରୀ(ଓ୍ୱେବ ସ୍ପେସ୍ ଟେଲିସ୍କୋପ ଉପରେ ରିପୋର୍ଟିଂ କାରଣରୁ)

ସ୍ଥାନୀୟ ରିପୋର୍ଟିଂ– ଓ୍ୱେଟର ଗଭର୍ଣ୍ଣମେଣ୍ଟ୍ ଆସୋସିଏସନର ମେଡିସନ୍ ହପକିଙ୍ଗସ୍ ଓ ଚିକାଗୋ ଟ୍ରିବ୍ୟୁନର ସେସିଲିୟା ରେୟେନ୍

ରାଷ୍ଟ୍ରୀୟ ରିପୋର୍ଟିଂ– ଦି ନ୍ୟୁୟର୍କ ଟାଇମ୍ସର କର୍ମଚାରୀ

ଅନ୍ତରାଷ୍ଟ୍ରୀୟ ରିପୋର୍ଟିଂ– ଦି ନ୍ୟୁୟର୍କ ଟାଇମ୍ସ କର୍ମଚାରୀ

ଉପନ୍ୟାସ– ଜୋସୁଆ କୋହେନଙ୍କ ‘ଦି ନେତନ୍ୟାହୁସ୍’

ନାଟକ– ଜେମ୍ସ ଇଜାମେସୋଙ୍କ ‘ଫ୍ୟାଟ୍ ହେମ୍’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ