ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଘେରିଗଲେ ପ୍ରଶଂସକ, ଦୌଡିଲେ କମେଡି କିଙ୍ଗ କପିଲ ଶର୍ମା

ପୁରୀ ୨୨।୦୩: ଘେରିଗଲେ ପ୍ରଶଂସକ। ଦୌଡିଲେ କମେଡି କିଙ୍ଗ। ଏ କମେଡି କିଙ୍ଗ ଆଉ କେହି ନୁହନ୍ତି ଏ ହେଉଛନ୍ତି କପିଲ୍ ଶର୍ମା। ସୋମବାର ସନ୍ଧ୍ୟାରେ କପିଲ ଶର୍ମା ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ପ୍ରଥମ ଥର ସେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।

କପିଲ ଶର୍ମା ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ସେବାୟତ ଓ ସୁରକ୍ଷା କର୍ମୀମାନେ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ମହାପ୍ରଭୁଙ୍କ ଦର୍ଶନ ସହ ପାର୍ଶ୍ବ ଦେବାଦେବୀ, ଲକ୍ଷ୍ମୀ ଓ ବିମଳା ମନ୍ଦିର ଦର୍ଶନ ସହ ସେଠାରେ କପିଲ୍ ପୂଜାର୍ଚ୍ଚନା କରିଥିଲେ। ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ବେଶ ଆତ୍ମତୃପ୍ତି ଅନୁଭବ କରିଥିବା କପିଲ୍ କହିଛନ୍ତି। ଶ୍ରୀମନ୍ଦିରରେ ଦର୍ଶନ ସାରି ଫେରିବା ପରେ କପିଲ ଶର୍ମାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ ଭିଡ଼ ଜମିଥିଲା। ତେବେ କପିଲ୍ ଙ୍କ ସହ ସେଲଫି ନେବା ପାଇଁ ସିଂହଦ୍ଵାର ଠାରେ ତାଙ୍କ ପ୍ରଶଂସକ ଙ୍କ ଭିଡ଼ ଲାଗିଥିବା ବେଳେ, କପିଲ୍ ଶର୍ମା ଭିଡ଼ ଭିତରୁ ଦୌଡ଼ି ପଳାଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ