ରାଜ୍ୟ ସ୍ପେଶାଲ ରିପୋର୍ଟ

ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନ ଓ ଚିକିଟି ଏନଏସି ୩ ନମ୍ଵର ୱାର୍ଡ କାଉନସିଲର୍ ଉପନିର୍ବାଚନ ଫଳାଫଳ ଘୋଷିତ ହୋଇଛି। ୨୩୫୫ ଭୋଟ୍ ଵ୍ୟଵଧାନରେ ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାନରେ ଵିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥିନୀ ଦେଵସ୍ମିତା ଶତପଥୀ। ଠିକ୍ ସେହିପରି ୪୬୯ ଭୋଟ୍ ଵ୍ୟଵଧାନରେ ଚିକିଟି ଏନଏସି ୩ ନମ୍ଵର ୱାର୍ଡ କାଉନସିଲର୍ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହର ପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ,, କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନଏସିର ପ୍ରାକ୍ତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ପଦବି ନିମନ୍ତେ ଚଳିତ ମାସ ୨୯ତାରିଖ ଦିନ ମତଦାନ ଅନୁଷ୍ଠିତ ହୋଇଥିଲା।ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସରେ ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକଙ୍କ ଗହଣରେ ନିର୍ବାଚନ ଅଧିକାରୀ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡି ଦଳର ପ୍ରାର୍ଥୀନି ପ୍ରାକ୍ତନ ଅଧ୍ୟକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ କନ୍ୟା ଦେବସ୍ମିତା ଶତପଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।ସେହିଭଳି କଂଗ୍ରେସ ଦଳର ପ୍ରାର୍ଥୀନୀ ମଧୁଲିନା ଦିଗାଲ ଜିଲ୍ଲା ଓ ବିଜେପି ଦଳର ଦଳୀୟ ପ୍ରାର୍ଥୀନୀ ରଞ୍ଜିତା ନାୟକ ନାମାଙ୍କନ ପତ୍ର ଦାଖଲ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।