ଦେଶ ବିଦେଶ ମନୋରଞ୍ଜନ

ଘାସ ଗାଲିଚାରେ ସୋନୁଙ୍କ ପ୍ରତିଛବି, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ ୦୨/୦୮ : ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ ନିଜର ଉତ୍ତମ କାର୍ଯ୍ୟ ଯୋଗୁଁ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ଏଥି ସହିତ, ଆଜି ବି ସୋନୁ ସୋସିଆଲ ମିଡିଆ ମାଧ୍ୟମରେ ସାହାଯ୍ୟ ମାଗୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ ଯୋଗାଉଥିବାର ମଧ୍ୟ ଦେଖାଯାଉଛି । ଏହି କାରଣରୁ ସମସ୍ତେ ତାଙ୍କୁ ନିଜ ନିଜ ଢଙ୍ଗରେ ଧନ୍ୟବାଦ ଦେଉଛନ୍ତି, କିଛି ସମୟ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କ ଦୋକାନକୁ ସୋନୁ ସୁଦଙ୍କ ନାମରେ ନାମିତ କରିଥିଲେ । ବର୍ତ୍ତମାନ, ଜଣେ ଆର୍ଟିଷ୍ଟ୍ ସୋନୁ ସୁଦଙ୍କ ହଜାର ହଜାର ବର୍ଗଫୁଟ ଲମ୍ବର ଚିତ୍ର ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ସୋନୁ ସୁଦଙ୍କ ଚିତ୍ରକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । ଯାହା ପ୍ରସିଦ୍ଧ ଆର୍ଟିଷ୍ଟ ବିପୁଲ ମିଶ୍ର ତିଆରି କରିଛନ୍ତି । ଏହି ଚିତ୍ର ୫୦୦୦୦ ବର୍ଗଫୁଟ ଲମ୍ବା, ଯାହାକୁ ଦେଖି ଫ୍ୟାନ୍ସମାନଙ୍କ ସହିତ ସୋନୁ ସୁଦ ମଧ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଫଟୋ ପାଇଁ ଆର୍ଟିଷ୍ଟ ଘାସ ପଡିଆକୁ କାନଭାସ୍ କରିଛନ୍ତି ଏବଂ ଚିତ୍ର ଆକାରରେ ଏହାକୁ କାଟି ସୋନୁ ସୁଦଙ୍କ ଚେହେରା ତିଆରି କରିଛନ୍ତି । ଏହି ଚିତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

କିଛି ଲୋକ ଏହି ଚିତ୍ରକୁ ଖୁବ୍ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଏହା ଉପରେ କମେଣ୍ଟ ଦେଉଛନ୍ତି । କିଛି ୟୁଜର୍ ସୋନୁଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କହୁଥିବାବେଳେ ଆଉ କେହି ଏହି ଫଟୋରେ ସୋନୁ ସୁଦଙ୍କ ମୁହଁ ବୁଝିବାକୁ ସକ୍ଷମ ହେଉନାହାଁନ୍ତି। କିନ୍ତୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଏହା ଦେଖିବାକୁ ପଡ଼ିବ ଯେ ସୋନୁ ସୁଦ ନିଜେ ଏତେ ଲମ୍ବା ଚିତ୍ରରେ କ’ଣ ପ୍ରତିକ୍ରିୟା ଦେଉଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ