ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଘାରିଛି କରୋନା ସଂକ୍ରମଣ ଚିନ୍ତା, ସଂଧ୍ୟା ସୁଦ୍ଧା ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର- ବିଏମ୍‌ସି କମିଶନର

ଭୁବନେଶ୍ୱର ୨୪।୦୨: ଚିନ୍ତା ବଢାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌ । ଯାହାକୁ ନେଇ ବିଏମ୍‌ସି ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି । ତେବେ ବିଏମ୍‌ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖୋଦ୍‌ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

କରୋନାର ୨ୟ ଷ୍ଟ୍ରେନକୁ ନେଇ ବିଏମସି କମିଶନର କହିଛନ୍ତି ଯେ, ରେଳ ଷ୍ଟେସନ୍ ପାଇଁ କିଛି ନିଷ୍ପତ୍ତି ନେଇନାହୁଁ । କିନ୍ତୁ ଏୟାରପୋର୍ଟରେ ଆଜି ସଂନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ । ଏନେଇ ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ କରାଯିବ । ଯଦି ସେଥିରେ କିଛି ନଜର ଆସେ କିମ୍ବା ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଏ । ତେବେ ତୁରନ୍ତ ସେମାନଙ୍କର ଟେଷ୍ଟିଂ କରାଯିବ । ଗତ ୧ ମାସ ମଧ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ବଢିନାହିଁ । ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ତେବେ ଆମେ ସମସ୍ତ ଘଟଣା ଉପରେ ନଜର ରଖିଛୁ । ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି । ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ରହିଛି । .

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ