ଅପରାଧ ରାଜ୍ୟ

ଘସିପୁରାରେ ପୁଣି ରାଜନୈତିକ ହିଂସା: ଯୁବକଙ୍କୁ ଗୋଡ଼ାଇ ହାଣିଲେ ବିଧାୟକଙ୍କ ସମର୍ଥକ

ଆନନ୍ଦପୁର: କିଛିଦିନର ନିରବତା ପରେ କେନ୍ଦୁଝରର ଘସିପୁରାରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକମାନେ ଆଜି ରେକୁଟିଆରେ ସଂଘବଦ୍ଧ ହୋଇ ଜଣେ ଯୁବକଙ୍କୁ ‌ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସମ୍ପୃକ୍ତ ଯୁବକଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ସମର୍ଥକ ବୋଲି କୁହାଯାଉଛି। ଏହି ଘଟଣାପରେ ଘସିପୁରା, ରେକୁଟିଆ ଓ ଦେଓଗାଁ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ପ୍ରାପ୍ତ ସୂଚନା ଅନୁସାରେ, ଦେଓଗାଁର ରାଜୀବଲୋଚନ ଯେନା (୩୭) ଆଜି ଅପରାହ୍ନ ସାଢ଼େ ଦୁଇଟାବେଳେ ରେକୁଟିଆ ନିକଟ ଧଳିଆପଶିକୁ ଯାଇଥିଲେ। ଏହିସମୟରେ ବିଧାୟକ ଶ୍ରୀ ପାତ୍ରଙ୍କ ସମର୍ଥକ କୁହାଯାଉଥିବା ତରିମୂଳ ଗ୍ରାମର ୧୦ରୁ ଊର୍ଦ୍ଧ୍ବ ଯୁବକ ରାଜନୈତିକ ଶତ୍ରୁତା ରଖି ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଭୟଭୀତ ହୋଇ ଦୌଡ଼ିଥିଲେ। ଆକମ୍ରଣକାରୀମ‌ାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି। ସେ ସଂଜ୍ଞାହୀନ ହୋଇପଡ଼ିଯିବାରୁ ଆକ୍ରମଣକାରୀମାନେ ଛାଡ଼ି ପଳାଇଥିଲେ।

ରାଜୀବଙ୍କ ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ଲାଗିଛି। ଆକ୍ରମଣ ସମୟର ସିସିଟିଭି ଫୁଟେଜ୍‌ ପୁଲିସକୁ ପ୍ରଦାନ କରାଯାଇଛି। ତରିମୂଳ ଗ୍ରାମର ଆକାଶ ବଳ, ରାକେଶ କୁମାର ରାଉତ, ତୋଫାନ କୁମାର ସା, ରମାକାନ୍ତ ରାଉତ, ଅତୁଲ କୁମାର ବଳ, ହରିଶ ରାଉତ, ରୁଦ୍ର ରାଉତ, କାଉଆ ଦାସ, ସ୍ମାରକ ମହାନ୍ତି, ପ୍ରିୟରଂଜନ ବଳ, ସୌମ୍ୟରଂଜନ ବଳ, ଲିଟୁ ବାରିକ ଓ ଅନ୍ୟମାନେ ଆକ୍ରମଣରେ ସାମିଲ ଥିବା ଘସିପୁରା ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ବିଧାୟକଙ୍କ ପୁଅ ଦେବାଶିଷ ପାତ୍ରଙ୍କ ନିର୍ଦେଶରେ ଆକ୍ରମଣ କରିଥିବା ଶ୍ରୀ ଯେନା ନିଜ ଏତଲାରେ ଉଲ୍ଲେଖ ରହିଛି। ଘଟଣାର ତଦନ୍ତ ଚାଲିଛି। ଆକ୍ରମଣକାରୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।