ଅପରାଧ ରାଜ୍ୟ

ଘର ସାମ୍ନାରେ ଥିଲା ଦାମୀ ବାଇକ୍‌, ରାତିରେ ପୋଡିଦେଲେ ଦୁର୍ବୃତ୍ତ

ଜଗତସିଂହପୁର ୧୦।୦୫ : ବାଇକ ପୋଡିଦେଲେ ଦୁର୍ବୃତ୍ତ । ଜଗତସିଂହପୁର ସହର ପୁରୁଣା କୋର୍ଟ ଛକ ଶତ୍ରୁଘନ ସାହୁଙ୍କ ଘରେ ଥିବା ୫ଟି ବାଇକକୁ ପୋଡିଦେଲେ ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଆସି ଘର ଆଗରେ ଥିବା ୫ଟି ବାଇକ୍‌ରେ ନିଆଁ ଲଗାଇଦେଇଥିଲେ । ଯାହାଫଳରେ ୫ଟି ବାଇକ୍‌ ପୁରା ପୋଡି ପାଉଁଶ ହୋଇଯାଇଛି । ତେବେ କିଏ ଓ କେଉଁ ଉଦେଶ୍ୟ ରେ ବାଇକ ଗୁଡିକ ପୋଡି ଦେଇଛି । ତାହା ଏବେ ଯାଏଁ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ । ତେବେ ଅଭିଯୋଗ ପାଇ ଜଗତସିଂହପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଡିଥିବା ଗାଡିଗୁଡିକ ଗୃହକର୍ତ୍ତା ଓ ତାଙ୍କ ଘରେ ଭଡ଼ା ରହୁଥିବା ଲୋକମାନଙ୍କର ବୋଲି ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।