ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଘର ଲୋକଙ୍କ ଚାପ, ପାଠ ପଢ଼ାର ଭୟ: ଓଡିଶା ଛାଡି କୋଲକାତା ଯିବାକୁ ନିଷ୍ପତ୍ତି ନେଲା ନାବାଳକ, ଶେଷରେ ପୁରୀରେ ଧରା ପଡିଗଲା

ପୁରୀ୨୭/୧୨: ପାଠ ପଢ଼ିବା ଲାଗି ଘର ଲୋକେ ଚାପ ପକାଉଥିଲେ। ଗୋଟେ ପଟେ ଘର ଲୋକଙ୍କ ଚାପ ଅନ୍ୟପଟେ ପାଠ ପଢ଼ାର ଭୟ। ଶେଷରେ ନାବାଳକ ଜଣଙ୍କ ଗାଁ ଛାଡିବ ବୋଲି ନିଷ୍ପତ୍ତି ନେଇଥିଲା। ଗାଁ ଛାଡି କୋଲକାତା ଯିବ ବୋଲି ମନସ୍ଥ କରିଥିଲା। ସେଥିପାଇଁ ଟ୍ରେନ ଟିକେଟ କାଟି କୋଲକାତା ବାହାରିଥିଲା। ଶେଷରେ କୋଲକାତା ଯିବା ବଦଳରେ ନାବାଳକ ପୁରୀରେ ପହଞ୍ଚି ଯାଇଥିଲେ। ଆର୍‌ପିଏଫ୍‌ ଟିମ୍‌ ନାବାଳକକୁ ଧରି ପରିବାରକୁ ହସ୍ତାନ୍ତର କରିଛି ।

ସୂଚନାଯୋଗ୍ୟ ଯେ ବାଲୁଗାଁ ଥାନା ଅଧୀନ ଖଲିକୋଟ୍‌ ଅଞ୍ଚଳର ନାବାଳକ। ସେ ଘରେ ପାଠ ପଢାରେ ଅବହେଳା କରୁଥିବାରୁ ପରିବାର ଲୋକେ ତା’ ଉପରେ ଚାପ ପକାଉଥିଲେ । ଏଥିରେ ଭୟଭୀତ ହୋଇ ନାବାଳକ ଜଣକ ଘର ଛାଡିଥିଲା । ସେ ବାଲୁଗାଁ ଷ୍ଟେସନ୍‌ରେ ପହଞ୍ଚି ଟ୍ରେନ୍‌ରେ ବସିଥିଲା । କିନ୍ତୁ ଟ୍ରେନ୍‌ ଥିଲା ଅହମ୍ମଦାବାଦ୍‌-ପୁରୀ ଏକ୍ସପ୍ରେସ୍‌ । ଟ୍ରେନ୍‌ ସିଧା ଆସି ପୁରୀରେ ପହଞ୍ଚିଥିଲା । ପୁରୀ ଷ୍ଟେସନ୍‌ରେ ଓହ୍ଲାଇବା ପରେ ଆର୍‌ପିଏଫ୍‌ ଟିମ୍‌ ତାକୁ ଧରିଥିଲା । ପରେ ନାବାଳକ ଘର ଛାଡିଥିବା କାରଣ କହିଥିଲା । ଏହାପରେ ପରିବାର ଲୋକଙ୍କୁ ଡକାଇ ନାବାଳକକୁ ହସ୍ତାନ୍ତର କରିଥିଲା ଆର୍‌ପିଏଫ୍‌ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି