ରାଜ୍ୟ

ଘର ଭାଙ୍ଗିଲେ ହାତୀପଲ: ଆଈ-ନାତୁଣୀ ଆହତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ପଳାଶପଙ୍ଗା ସେକ୍ସନ କମ୍ପଡିହି ବିଟ୍ ଅଧୀନ ଉପରକୁସୁମିତା ଗ୍ରାମରେ ହାତୀପଲ ପଶି ଘର ଭାଙ୍ଗିଛନ୍ତି। ଭଙ୍ଗା କାନ୍ଥ ତଳେ ଚାପି ହୋଇ ଆଈ-ନାତୁଣୀ ଆହତ ହୋଇଛନ୍ତି।
ଏକ ୨୬ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣରେ କୁସୁମିତା ଗ୍ରାମରେ ପ୍ରବେଶ କରିଥିଲେ। ସୁଶାନ୍ତ ମୁଣ୍ଡାଙ୍କ ଘର ନିକଟରେ ହାଣ୍ଡିଆ ବାସ୍ନା ପାଇ ଅଟକି ଯାଇଥିଲେ। ଏକ ଦନ୍ତାହାତୀ ଘର ଭାଙ୍ଗି ଦେଇଥିଲା। ଘରେ ଶୋଇଥିବା ରାଇମଣି ମୁଣ୍ଡା (୫୫) ଓ ୮ ମାସର ନାତୁଣୀ ମାଟିକାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ।

ଗାଁ ଲୋକେ ହୋହଲ୍ଲା କରିବାରୁ ଦନ୍ତାଟି ଉକ୍ତ ସ୍ଥାନ ଛାଡ଼ି ପଳାଇଥିଲା। ଗ୍ରାମବାସୀ ତୁରନ୍ତ କାନ୍ଥ ତଳୁ ଆଈ-ନାତୁଣୀଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳ‌ରେ ପହଞ୍ଚି ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ୨୬ ଟିକିଆ ହାତୀପଲ ଦୁଇଦିନ ହେବ ରାଇକଳା ସଂରକ୍ଷିତ ଜଙ୍ଗଲରୁ ନୟାଗଡ଼ ସଂରକ୍ଷିତ ଜଙ୍ଗଲକୁ ଆସିଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ କୁସୁମିତା ଓ ଅନ୍ୟ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।