ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଘର ପୋଡ଼ିବା ସହ ନିଜ ତଣ୍ଟି ଓ ପେଟ କାଟି ପକାଇଲା ମାନସିକ ବିକାରଗ୍ରସ୍ତ ବ୍ୟକ୍ତି

ଛେଣ୍ଡିପଦା: ଗୁରୁବାର ସକାଳେ ଅନଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ଥାନା ଅଞ୍ଚଳ ଖମାର ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଘରେ ନିଆଁ ଲଗାଇବା ସହ ନିଜ ତଣ୍ଟି ଓ ପେଟକୁ କାଟି ପକାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଖୁକୁନ ନାମକ ସେ ବ୍ୟକ୍ତିଜଣକ ହଠାତ୍‌ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଘରେ ନିଆଁ ଜଳୁଥିବା ବେଳେ ସେ ସରପାଳ ଗାଁ ଆଡ଼କୁ ଦୌଡ଼ି ପଳାଇଥିଲେ। ଯିବା ବାଟରେ ଗୋଟାଏ ଛୁରିରେ ନିଜର ତଣ୍ଟି ଓ ପେଟକୁ କାଟି କ୍ଷତବିକ୍ଷତ ହୋଇଥିଲେ।

ସାଙ୍ଘାତିକ ଅବସ୍ଥାରେ ଖୁକୁନଙ୍କୁ ୧୦୮ ଆମ୍ବୁଲାନ୍‌ସ୍‌ରେ ନିଆଯାଇ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ମାନସିକ ବିକୃତି ଥିବା ଖୁକୁନଙ୍କର ଚିକିତ୍ସା ଚାଲିଛି।

ଖୁକୁନଙ୍କଦ୍ୱାରା ସଙ୍ଗଠିତ ଅଗ୍ନିକାଣ୍ଡରେ ଦୁଇ ବଖରା ଚାଳଘର ପୋଡ଼ିଯାଇଛି। ଦମକଳବାହିନୀ ଆସି ନିଆଁ ଲିଭାଇ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ