ଚଣ୍ଡୀଖୋଲ ୧୮/୦୩ : ବିମାନରେ ବସିଛନ୍ତି ଠାକୁର, ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଗହଳି । ଚଳିତ ବର୍ଷ ବଡ଼ଚଣା ମୁନସୀ ମେଲଣ ଅନୁଷ୍ଠିତ ହୋଇଛି । ପାରମ୍ପରିକ ଘୋଡା ନାଚ, ସଂକୀର୍ତନ ତାଳେ ତାଳେ ବିମାନରେ ଝୁଲି ଝୁଲି ଆସୁଛନ୍ତି ରାଧାକ୍ରିଷ୍ଣ । କରୋନା କଟକଣା କୋହଳ ହେବା ପରେ ନିରାଡ଼ମ୍ବରରେ ମେଲଣ ଅନୁଷ୍ଠିତ ହେଉଛି ।
ପ୍ରଥମେ ଥାନପତି ବିମାନ ପହଁଚିବା ପରେ ଆଖପାଖ ଅଂଚଳରୁ ଆସିଥିବା ବିମାନ ଗୁଡିକ ବେଶ ପାରମ୍ପରିକ ରୀତିରେ ଶୋଭାଯାତ୍ରା କରି ମେଲଣ ପଡିଆରେ ପହଁଚିଥିଲେ । ମୋଟ ୧୯ ଟି ବିମାନ ପହଁଚି ଥିଲେ.ଏନେଇ ବଡ଼ଚଣା ଥାନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ବିମାନକୁ ବଡ଼ଚଣା ଥାନା ଅଧିକାରୀ ସୁଶୀଲ ନାୟକ ବିମାନକୁ ପାଛୋଟି ନେବା ସହ ବିମାନକୁ ପୂଜାର୍ଚନା କରି ମେଲାଣି ଦେଇଥିଲେ ।
ସେହିପରି ଦର୍ପଣ ତହସିଲରେ ମେଲଣ ଅନୁଷ୍ଠିତ ହୋଇଛି । ବିଭିନ୍ନ ଅଂଚଳରୁ ମୋଟ ୧୧ଟି ବିମାନ ଶୋଭାଯାତ୍ରାରେ ଆସି ମେଲଣ ପଡିଆରେ ପହଁଚିଥିଲେ । କରୋନା କଟକଣା କୋହଳ ପରେ ଧୂମଧାମରେ ମେଲଣ ଅନୁଷ୍ଠିତ ହୋଇଛି ।